Masthead

ପୁରୀରେ ଖଜା ଦୋକାନରେ ଚଢାଉ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ଖଜା ଦୋକାନରେ ଚଢାଉ । ଶ୍ରୀମନ୍ଦିର ପାଖରେ ଥିବା ବିଭିନ୍ନ ଗଜା ଦୋକାନ ଓ ଖଜା କାରଖାନାରେ ରେଡ୍ ହୋଇଛି । ଗୁରୁବାର ସକାଳୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ସହିତ ପୁଲିସ୍ ଟିମ୍ ଚଢାଉ ହୋଇଛି । ଅସ୍ୱାସ୍ଥ୍ୟକର ଭାବେ ତିଆରି ହେଉଥିବା ଖଜାକୁ ନଷ୍ଟ କାରିବା ସହିତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ କରାଯାଇଛି । ଯାଞ୍ଚ୍ ବେଳେ ଘରୋଇ ଗ୍ୟାସ୍ ବ୍ୟବହାର କରାଯାଉ ଥିବା ମଧ୍ୟ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ପର୍ୟ୍ୟଟକଙ୍କ ମଧ୍ୟରେ ପୁରୀର ଖଜାର ଚାହିଦା ଅଧିକ। ତେଣୁ ଖଜାର ମାନ, ଖାଦ୍ୟ ସୁରକ୍ଷା ଓ ବିକ୍ରି ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ସମେତ ଶ୍ରୀକୃଷ୍ଣ ସିନେମା ଲେନ୍‌, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ଓ ଆଖପାଖ ଅଞ୍ଚଳରେ ଥିବା ଖଜା ଗୋଦାମ ଏବଂ କାରଖାନାରେ ଏହି ଚଢ଼ାଉ କରାଯାଇଥିଲା । ଖଜା କେଉଁ ପରିବେଶରେ ପ୍ରସ୍ତୁତ ହେଉଛି, ଏହାର ଗୁଣବତ୍ତା କିଭଳି ରହିଛି, ଓଜନରେ କୌଣସି ହେରଫେର ହେଉଛି କି ନାହିଁ, ପ୍ୟାକେଜିଂ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସ ରହିଛି କି ନାହିଁ, ସେସବୁ ଯାଞ୍ଚ କରାଯାଉଛି । ଯାଞ୍ଚ ବେଳେ ଭେଜାଲ କିମ୍ବା ନିମ୍ନମାନର ଖଜା ଠାବ ହେଲେ ତାହାକୁ ତୁରନ୍ତ ଜବତ କରାଯିବ। ଏଥିସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ନିୟମ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସିଟି ଡିଏସ୍‌ପି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ