ଟପ ମାଓ ନେତା ସର୍ବେଶ ମାଝୀ ଗିରଫ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦାନ୍ତ ମାଓନେତା ସର୍ବେଶ ମାଝୀ ଓରଫ ମଙ୍ଗୁ ଗିରଫ । ଗିରଫ କଲା ରାୟଗଡା ପୋଲିସ । ମୁୁନିଗୁଡା ବ୍ଲକ ଦହିଖାଲ ଅଂଚଳରୁ କାବୁକଲା ପୋଲିସ । ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ପୋଲିସ । ବଂଶଧାରା-ଘୁମୁଷର-ନାଗାବଳୀ ଡିଭିଜନର ମାଓନେତା ମଙ୍ଗୁ । ମଙ୍ଗୁ ଥିଲା ବିଜିଏନର ଶେଷ ଏବଂ ଏକମାତ୍ର ଓଡିଆ କ୍ୟାଡର ।

ରାୟଗଡ଼ା ଓ କନ୍ଧମାଳ ପୁଲିସ ହାତରେ ଧରାପଡିଛି ଟପ ମାଓ ନେତା ସର୍ବେଶ ମାଝୀ ଓରଫ ମଙ୍ଗୁ । ଗୁଇନ୍ଦା ବିଭାଗ ଏକ ସୂତ୍ରରୁ ଖବର ପାଇ ମୁନିଗୁଡା ବ୍ଲକ ଦହିଖାଲ ଅଂଚଳରୁ ପୁଲିସ ଧରିଥିବା ଜଣାପଡିଛି । କିନ୍ତୁ ରାୟଗଡ଼ା ପୁଲିସ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ । ମଙ୍ଗୁକୁ ପ୍ରଥମେ ମୁନିଗୁଡ଼ା ଥାନାକୁ ଅଣାଯାଇ ପରେ ଗୁପ୍ତ ସ୍ଥାନରେ ପଚରା ଉଚରା କରୁଥିବା ଜଣାପଡିଛି । ମଙ୍ଗୁକୁ ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ