Masthead

ମରଣଯନ୍ତା ପାଲଟିଛି ପୋଲ

ରାଇକିଆ ( ବଡ଼ ଖବର ବ୍ୟୁରୋ): ଭଙ୍ଗା ପୋଲରେ ଜୀବନଯାତ୍ରା । କୌଣସି ମୁହୂର୍ତ୍ତରେ ବି ଘଟିପାରେ ଦୁର୍ଘଟଣା । ପୋଲ ଉପରେ ନିର୍ଭର କରନ୍ତି ଶହ ଶହ ଲୋକ । ହେଲେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ବିଭାଗୀୟ ଅଧିକାରୀଙ୍କର ମଧ୍ୟ ଏଥିପ୍ରତି ନିଘା ନାହିଁ । ଆମେ କହୁଛୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ଵରୀ ପଞ୍ଚାୟତ ମୁଖ୍ୟ ରାସ୍ତାର ପାଟଳିପାଙ୍ଗାଠାରେ ଥିବା ଏହି ଭଙ୍ଗା ପୋଲ ସମ୍ପର୍କରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପୋଲ ବର୍ଷେ ହେବ ଭାଙ୍ଗିଗଲାଣି । ରାସ୍ତାଟି ପଞ୍ଚାୟତ ସହ ରାଇକିଆ ସହରକୁ ସଂଯୋଗ କରୁଥିବା ବେଳେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଲୋକ ଏହି ପୋଲରେ ଯାତାୟାତ କରନ୍ତି । ଶହ ଶହ ସାଇକେଲ, ବାଇକ୍, ଅଟୋ ଚଳାଚଳ କରୁଛି ଏହା ଉପରେ। ପୋଲ ଭାଙ୍ଗିବା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ସମୟରେ ବି ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ ।

ଏନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ଏହି ସ୍ଥାନ ଦେଖିବାକୁ ବିଡିଓ ଓ ସରପଞ୍ଚ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ଗ୍ରାମ୍ୟ ନିର୍ମାଣ (ଆରଡି) ଅଧୀନରେ ଯାଉଛି ଏବଂ ଏ ସମ୍ପର୍କରେ ବ୍ଲକ ପକ୍ଷରୁ ଆରଡି ଅଧିକାରୀଙ୍କୁ ସୂଚନା ଦିଆଯାଇଛି ବୋଲି କହିଥିଲେ। ତେବେ ବର୍ତ୍ତମାନ ପୋଲର ଅବସ୍ଥା ଯୋଗୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୌଣସି ମୁହୂର୍ତ୍ତରେ ସେଠାରେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କେବେ ବିଭାଗୀୟ ଅଧିକାରୀଙ୍କ ଏହି ବିପଦପୂର୍ଣ୍ଣ ପୋଲ ଉପରେ ଦୃଷ୍ଟି ପଡ଼ିବ ଏବଂ କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା