Masthead

ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଲଦ୍ୱୀପ ଗସ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଦିନିଆ ଗସ୍ତରେ ୟୁକେ ଏବଂ ମାଲଦ୍ୱୀପ ଯାଇଛନ୍ତି । ୟୁକେରେ ଦୁଇ ଦିନିଆ ଗସ୍ତ ଶେଷ କରି ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମୋଦୀ ମାଲଦ୍ୱୀପ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲଦ୍ୱୀପ ରେ ପହଞ୍ଚିବା ପରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କୁ ସ୍ୱାଗତ କରିଛନ୍ତି । ଏଥି ସହ ମାଲଦ୍ୱୀପର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ଗୃହ ସୁରକ୍ଷା ମନ୍ତ୍ରୀ ମଧ୍ୟ ମୋଦୀଙ୍କୁ ସ୍ୱାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନ ପୂର୍ବରୁ ମାଲେ ରାଜଧାନୀରେ ବିଭିନ୍ନ ପୋଷ୍ଟର ସହ ଭାରତୀୟ ଜାତୀୟ ପତାକାରେ ସଜାଇଥିଲେ । ଏଥି ସହ ଭାରତୀୟ ପ୍ରବେସୀମାନେ ମୋଦୀଙ୍କୁ ସ୍ୱାଗତ ଜଣାଇବା ସହ ଜାତୀୟ ପତାକା ଦେଖାଇ ନାରା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ମାଲଦ୍ୱୀପ ଗସ୍ତ କରିଥିବା ବେଳେ । ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତିତ୍ୱ ସମୟରେ ରାଷ୍ଟ୍ରୟ ଏବଂ ସରକାର ମୁଖ୍ୟଙ୍କ ଦ୍ୱାରା ମୋଦୀଙ୍କର ଏହା ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୬ ମାଲଦ୍ୱୀପର ସ୍ୱାଧୀନତା ଦିବସ ସମାରୋହର ଉତ୍ସବରେ ଅତିଥି ଭାବରେ ଯୋଗଦେବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏ ବର୍ଷ ଭାରତ-ମାଲଦ୍ୱୀପର କୂଟନୈତିକ ସମ୍ପର୍କର ୬୦ତମ ବର୍ଷ । ପ୍ରଧାନମନ୍ତ୍ରୀଙ୍କ ମାଲଦ୍ୱୀପ ଗସ୍ତରେ ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତ-ମାଲଦ୍ପୀର ମଧ୍ୟରେ ବ୍ୟାପକ ଆର୍ଥନୈତିକ ଓ ସାମୁଦ୍ରିକ ସୁରକ୍ଷା ସହଭାଗିତାକୁ ସୁଦୃଢ଼ କରିବା । ପ୍ରଧାନମନ୍ତ୍ରୀ ରାଷ୍ଟପତି ମହମ୍ମଦ ମୁଇଜୁଙ୍କ ସହ ଆଲୋଚନା କରିବା ଏବଂ ଭାରତ ସହାୟତାରେ ବିକାଶ ପ୍ରକଳ୍ପ ଉଦଘାଟନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି