Masthead

ଅଦିନିଆ ବର୍ଷା ସାଜିଲା କାଳ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଅଦିନିଆ ବର୍ଷା ସାଜିଲା କାଳ । ଆସିଲା.. ବର୍ଷିଲା, ଧୋଇନେଲା ଚାଷୀ ଭାଇଙ୍କ ସୁନାର ଫସଲ । ପୁଣି ଆସୁଛି ବର୍ଷା, ଚାଷୀ ଭାଇମାନେ ଏବେ ଛାନିଆ। ଏ ହେଉଛି ମାଲକାନଗିରି ଜିଲ୍ଲା ଏମଭି ୧୫ ଅଞ୍ଚଳର ଦୃଶ୍ୟ । ହାଡ଼ ଭଙ୍ଗା ପରିଶ୍ରମ କରି ଚାଷୀ ଭାଇ ନିଜ ଜମିରେ ପନିପରିବା ଲଗାଇଥିଲେ । ଧାରକରଜ କରି ଏକର ଏକର ଜମିରେ କାକୁଡି, କଖାରୁ, ତରଭୂଜ ଓ ଟମାଟୋ ଚାଷ କରିଥିଲେ । ଫୁଲଫଳ ଆସୁଥିବା ସମୟରେ ଦଇବ ଦାଉ ସାଧିଲା। ସବୁ ପଚିସଢି ନଷ୍ଟ ହେଲା ।

ପୁଣି ଆସୁଛି ଆଉ ଏକ ବର୍ଷା , ଏମିତିରେ ସମସ୍ତେ ଛାନିଆ। ଚାଷୀମାନେ ଆଶା କରିଥିଲେ ଚଳିତ ବର୍ଷ ଫସଲରୁ ଭଲ ଦି ପଇସା ରୋଜଗାର ହେବ । ହେଲେ ଅଦିନିଆ ବର୍ଷା ସବୁ ଧୋଇଦେଲା । ପଶ୍ଚିମାଝଡ ପ୍ରଭାବରେ ଲଗାତର ଭାବରେ ତିନିଦିନ ଧରି ବର୍ଷା ଲାଗିରହିବାରୁ ଏକର ଏକର ଜମି ସମ୍ପୂର୍ଣ୍ଣ ଜଳମଗ୍ନ। ଗଛମୂଳ ପଚିସଢି ଗଛ ସବୁ ମରିଯିବାରୁ ଏବେ ଚିନ୍ତାରେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ