Masthead

ଅଦିନିଆ ବର୍ଷା ସାଜିଲା କାଳ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଅଦିନିଆ ବର୍ଷା ସାଜିଲା କାଳ । ଆସିଲା.. ବର୍ଷିଲା, ଧୋଇନେଲା ଚାଷୀ ଭାଇଙ୍କ ସୁନାର ଫସଲ । ପୁଣି ଆସୁଛି ବର୍ଷା, ଚାଷୀ ଭାଇମାନେ ଏବେ ଛାନିଆ। ଏ ହେଉଛି ମାଲକାନଗିରି ଜିଲ୍ଲା ଏମଭି ୧୫ ଅଞ୍ଚଳର ଦୃଶ୍ୟ । ହାଡ଼ ଭଙ୍ଗା ପରିଶ୍ରମ କରି ଚାଷୀ ଭାଇ ନିଜ ଜମିରେ ପନିପରିବା ଲଗାଇଥିଲେ । ଧାରକରଜ କରି ଏକର ଏକର ଜମିରେ କାକୁଡି, କଖାରୁ, ତରଭୂଜ ଓ ଟମାଟୋ ଚାଷ କରିଥିଲେ । ଫୁଲଫଳ ଆସୁଥିବା ସମୟରେ ଦଇବ ଦାଉ ସାଧିଲା। ସବୁ ପଚିସଢି ନଷ୍ଟ ହେଲା ।

ପୁଣି ଆସୁଛି ଆଉ ଏକ ବର୍ଷା , ଏମିତିରେ ସମସ୍ତେ ଛାନିଆ। ଚାଷୀମାନେ ଆଶା କରିଥିଲେ ଚଳିତ ବର୍ଷ ଫସଲରୁ ଭଲ ଦି ପଇସା ରୋଜଗାର ହେବ । ହେଲେ ଅଦିନିଆ ବର୍ଷା ସବୁ ଧୋଇଦେଲା । ପଶ୍ଚିମାଝଡ ପ୍ରଭାବରେ ଲଗାତର ଭାବରେ ତିନିଦିନ ଧରି ବର୍ଷା ଲାଗିରହିବାରୁ ଏକର ଏକର ଜମି ସମ୍ପୂର୍ଣ୍ଣ ଜଳମଗ୍ନ। ଗଛମୂଳ ପଚିସଢି ଗଛ ସବୁ ମରିଯିବାରୁ ଏବେ ଚିନ୍ତାରେ ଚାଷୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ