Masthead

ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ…. ଆସିଛି ରଜ ଲୋ ଘେନି ନୂଆ ସଜବାଜ…..ଆଜି ପହିଲି ରଜରେ ଏମିତି ଗୀତ ଗାଇ ଝିଅମାନେ ଦୋଳି ଖେଳିବେ । ପାନ ଖିଲ ପାଟିରେ ମାରି, ମୁରୁକି ହସା ଦେଇ ରଜ ପର୍ବର ମଜା ନେବେ। ଶୁକ୍ରବାର ରଜ ପର୍ବର ପ୍ରଥମ ଦିନ । ଉତ୍ସବମୁଖର ଗାଁଠୁ ସହର, ପିଠାପଣା, ନାଚ ଗୀତ ସାଙ୍ଗକୁ ଦୋଳି ଖେଳରେ ସମସ୍ତେ ମସଗୁଲ। ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି । ପୁରୁଣା ପରମ୍ପରା ଅନୁସାରେ ପହିଲି ରଜ ପାଳନ ପାଳୁଛନ୍ତି ଯୁବତୀ ।

ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପାରିକ ଗଣ ପର୍ବ ରଜ । ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ ।ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚୁତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜରେ ଆସର ରଜଦୋଳି ଓ ପୋଡ଼ ପିଠାରେ ଅଧିକ ଜମିଥାଏ । ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ ।

ଝିଅମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ଲଗାଇବା ସହ ନୂଆ ପୋଷାକ ପିନ୍ଧି ଗାଁ ବୁଲନ୍ତି । କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସୀରେ ରଜ ଉତ୍ସବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ । କୃଷିଭିତ୍ତିକ ପର୍ବ ରଜ । ଧରିତ୍ରୀ ଏବେ ରଜସ୍ୱଳା । ସେଥିପାଇଁ ରଜ ତିନି ଦିନ ଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ। ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜ ସଙ୍କ୍ରାନ୍ତି , ଶେଷ ରଜ- ତିନି ଦିନି ଧରି ପିଲାଠୁ ବୟସ୍କ ସମସ୍ତେ ରଜ ମସ୍ତି କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ