Masthead

ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଜି ମାରିନେଲେ ବରିଷ୍ଟ ରାଜନେତା ବିଜୟ ମହାପାତ୍ର । ରାଜ୍ୟସଭା ନିର୍ବାଚନରେ କାମଦେଲା ତାଙ୍କ ଚାଣକ୍ୟ ବୁଦ୍ଧି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏବେ ପଡିବ ମହଙ୍ଗା । ରାଜ୍ୟସଭା ମଇଦାନକୁ ଓହ୍ଲାଇଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଠ ଶିଳ୍ପପତି ଦିଲ୍ଲୀପ ରାୟ । ଏବେ ଜମିବ ରାଜ୍ୟସଭା ଇଲେକ୍ସନ । ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ସାମ୍ନା କରିବେ ଦିଲ୍ଲୀପ । ସାମ୍ନାକୁ ଆସିଲା ରାଜ୍ୟ ରାଜନୀତିର ଚାଣକ୍ୟ ତଥା ବରିଷ୍ଟ ରାଜନେତା ବିଜୟ ମହାପାତ୍ରଙ୍କ ଭୂମିକା । ଯେଉଁ କଳଙ୍କ ମୁଣ୍ଡାଇ ବିଜେଡିରୁ ତାଙ୍କ ସୁପୁତ୍ର ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଥିଲେ ନବୀନ, ତାହାର ଆଜି ଜବାବ ଦେଇଦେଲେ ବୋଧେ ବିଜୟ । ଅରବିନ୍ଦଙ୍କ ନିଲମ୍ବନ ପରେ କୁଆଡେ ରଣନୀତି ଚଳାଇବା ଆରମ୍ଭ କରିଦେଇଥିଲେ । ନବୀନଙ୍କ ଠାରୁ ବଦଲା ନେବା ପାଇଁ । ନବୀନ କେମିତି ବିଜେଡିରୁ ପ୍ରାର୍ଥୀ ଦେବାକୁ ବାଧ୍ୟ ହେବା ଆଉ ନିର୍ବାଚନ ମଇଦାନକୁ ଆସିବେ ତାହାର ଅଙ୍କ କଷୁଥିଲେ । ଶେଷରେ ସେୟା ହେଲା ବୋଧେ, ବିଜୟଙ୍କ ଚକ୍ରବିହୂରେ ଫଶିଗଲା ବିଜେଡି ।

ଆଉ ଏବେ ଯାହା ପାଇଁ ରାଜ୍ୟସଭା ରଣେକ୍ଷତ୍ରକୁ ଦିଲ୍ଲୀପଙ୍କୁ ମଧ୍ୟ ପ୍ରାର୍ଥୀ କରି ତୃତୀୟ ଆସନ ଦଖଲ କରିବା ଆସା ରଖିଲା ଶାସକ ବିଜେପି । ଶେଷରେ ସ୍ୱାଧିନ ପ୍ରାର୍ଥୀ ଭାବରେ ଲମ୍ଫ ମାରିଦେଇ ବିଜୟଙ୍କ ରାଜ୍ୟସଭା ଚାଲକୁ ସଫଳ କରିଦେଇଛନ୍ତି ଦିଲ୍ଲୀପ । ବିନା ତାଙ୍କ ପାଖରେ ବିଧାୟକ ଥିବା ସ୍ୱତେ ଯେ ସେ ନିର୍ବାଚନ ମଇଦାନରେ ବିଜୟ ହେବେ ନାହିଁ ତାହା ଆକଳନ କରିବା ଭୁଲ । କାହିଁକି ନା ଦିଲ୍ଲୀପ ଏମିତି ଏକ ରାଜ୍ୟ ରାଜନୀତିର ବ୍ୟକ୍ତି ଯିଏ କି ସେତେବେଳର ସରକାରୀ ଦଳ ବିଜେଡିର ପ୍ରାର୍ଥୀଙ୍କୁ ତାଙ୍କରି ଦଳ ବିଜେଡି ଭୋଟରେ ହରାଇ ବିଜୟ ସ୍ୱାଦ ଚାଖି ଥିବା ବ୍ୟକ୍ତି ହେଉଛନ୍ତି ଦିଲ୍ଲୀପ । ଆଉ ଚଳିତ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ କେମିତି ପ୍ରାର୍ଥୀ ହେବେ କେମିତି ତାଙ୍କୁ ଶାସକ-ବିରୋଧୀ ବିଧାୟକଙ୍କ ସର୍ମଥନ ମିଳିବ ତାର ବି କୁଆଡେ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରିଥିଲେ ବିଜୟ ମହାପାତ୍ର । ଶେଷରେ ସେୟା ହିଁ ବର୍ତ୍ତମାନ ପରିପ୍ରେକ୍ଷିରେ ହୋଇଛି । ଦିଲ୍ଲୀପ ସ୍ୱାଧିନ ପ୍ରାର୍ଥୀ ହୋଇଛନ୍ତି ଆଉ ତାଙ୍କୁ ଶାସକ ବିଜେପି ସର୍ମଥନ ଦେଇଛି । ଭୋଟ ସମୟରେ ବି ତାଙ୍କ ପାଇଁ ଅନ୍ୟଦଲର ବିଧାୟକ କ୍ରସ୍ ଭୋଟିଂ କରିବା ମଧ୍ୟ ଏକ ପ୍ରକାରର ସୁନିଶ୍ଚିତ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଆମେରିକା ଯୁଦ୍ଧ ବିମାନ ଖସାଇଲା ଇରାନ୍! 🔴 ଅଶୋଧିତ ତୈଳ ଦର ବୃଦ୍ଧି 🔴 ‘ଅସ୍ତ୍ର ଛାଡ ନଚେତ୍‌ ମୃତ୍ୟୁ ନିଶ୍ଚିତ’ 🔴 ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା 🔴 ଦୁବାଇର ବିଭିନ୍ନ ସ୍ଥାନରେ ମିଜାଇଲ ମାଡ଼