Masthead

୨୦୨୪ ରଣନୀତି ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କୁ ଏକଜୁଟ କରାଇବା ପାଇଁ କ୍ରମାଗତ ଉଦ୍ୟମ ହେଉଛି । ଏହି ପରିପ୍ରେକ୍ଷୀରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବିରୋଧୀ ଏକତାକୁ ଆଗେଇ ନେବା ପାଇଁ ମଧ୍ୟସ୍ଥ ରୂପେ ଉଭା ହୋଇଛନ୍ତି । ସୋମବାର ଷ୍ଟାଲିନ ନୂଆଦିଲ୍ଲୀରେ ‘ସର୍ବଭାରତୀୟ ସାମାଜିକ ନ୍ୟାୟ ସଂଘ’ ବ୍ୟାନରରେ ବିରୋଧୀ ନେତାମାନଙ୍କ ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ କରିଛନ୍ତି ।  ପ୍ରାୟ ୨୦ଟି ଦଳର ପ୍ରତିନିଧି ଯୋଗଦେଇଥିଲେ । ତେବେ ଅଧିକାଂଶ ନେତା ଭିସି ମାଧ୍ୟମରେ ସାମିଲ ହୋଇଥିଲେ।

ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଭଳି ମଞ୍ଚକୁ ସ୍ୱାଗତ କରିଛନ୍ତି । ଏହି ବୈଠକ ରାଜନ୍ରେତିକ ଦୃଷ୍ଟିକୋଣରୁ ନୁହେଁ ବରଂ ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗେଇ ନେବା ଉଦ୍ଦେଶ୍ୟରେ ଡକାଯାଇଛି ବୋଲି ଡିଏମକେ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌ କହିଛନ୍ତି ଯେ, ଏହା ଏକ ରାଜନୈତିକ ମଞ୍ଚ ବୋଲି କହିବାରେ ଆମର ଦ୍ୱିଧା ନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଏଭଳି ମଞ୍ଚରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଦୁଇ ତିନିଟି ଦଳ ବିଜେପି ସହ ଲଢ଼ିବାକୁ ଚାହୁଁ ନାହାନ୍ତି। ତେବେ, ଏହାକୁ ନେଇ ପରିସ୍ଥିତିକୁ ଗୁରୁତ୍ୱ ନ ଦେବାର ସମୟ ଏବେ ନୁହେଁ।

ଏବେ ସମୟ ସିଧାସଳଖ କଳା କିମ୍ବା ଧଳା ହେବାର। ଆମର ଗୋଟିଏ କାମ ଅଛି….. ମୁଁ ବିଜେଡିକୁ ନିବେଦନ କରୁଛି ଯେ ସେମାନେ ଆଗକୁ ଆସନ୍ତୁ। ଦିଲ୍ଲୀ ସମ୍ମିଳନୀରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଓ ଅଖିଳେଶ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି ରାଜା ଯୋଗ ଦେଇଥିଲେ। ଅନ୍ୟ ବିରୋଧୀ ଦଳ ଯଥା ଆପ, ବିଆରଏସ୍, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।ରାହୁଲଙ୍କ ସଂସଦ ସଦ୍ୟତା ରଦ୍ଦ ହେବା ପରେ ଚେନ୍ନାଇ ପରେ ଦ୍ୱିତୀୟ ଥର ପାଇଁ ବିରୋଧୀମାନେ ଦିଲ୍ଲୀରେ ଏକାଠି ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ