Masthead

ଦୋସ୍ତାନା ୨ରୁ କାର୍ତ୍ତିକ ଆଉଟ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କାର୍ତ୍ତିକଙ୍କ ହାତରୁ ଖସିଲା ଦୋସ୍ତାନା ୨ର କଣ୍ଟ୍ରାକ୍ଟ । କାର୍ତ୍ତିକଙ୍କୁ ସବୁଦିନ ପାଇଁ ବ୍ଲାକଲିଷ୍ଟ କଲା ଧର୍ମା ପ୍ରଡକସନ । ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି, ଯେଉଁଠି ଫିଲ୍ମର ଲିଡ ଆକ୍ଟରଙ୍କୁ ଫିଲ୍ମ ମଝିରୁ ହିଁ ଆଉଟ୍ କରିଦିଆଯାଇଛି । କରନ ଜୋହରଙ୍କର ୨୦୧୯ରେ ଆସିଥିବା ଦୋସ୍ତାନା ମୁଭିର ସିକ୍ୱେଲ ଦୋସ୍ତାନା ୨ର ଆନାଉନ୍ସମେଣ୍ଟ ହୋଇଥିଲା । ଯେଉଁଥିରେ କାର୍ତ୍ତିକଙ୍କ ସହ ଜାହ୍ନବୀ ଏବଂ ଡେବ୍ୟୁ ଆକ୍ଟର ଲକ୍ଷ ନଜର ଆସିଥାନ୍ତେ ।

ଏହି ଫିଲ୍ମର ୬୦ ପ୍ରତିଶତ ଭାଗ ସୁଟିଂ ମଧ୍ୟ ସରିଥିଲା । କିନ୍ତୁ ଫିଲ୍ମ ମଝିରୁ ହିଁ ଫିଲ୍ମର ଲିଡ ଆକ୍ଟର କାର୍ତ୍ତିଙ୍କୁ ଫିଲ୍ମରୁ ଆଉଟ୍ କରିଦିଆଯାଇଛି । ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା କାର୍ତ୍ତିକ ଆରୟନଙ୍କ ଖରାପ ଆଚରଣକୁ ନେଇ ଫିଲ୍ମ ନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଫିଲ୍ମରୁ ବାହାର କରାଯିବା ପାଇଁ ନିଷ୍ପତ୍ତି ନିଆଜାଇଛି । ବର୍ତ୍ତମାନ ଏହି ଖବର ଶୁଣି କାର୍ତ୍ତିଙ୍କ ଫ୍ୟାନ୍ସ ମାନେ କ୍ରୋଧିତ ନଜର ଆସିଛନ୍ତି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସୋଶିଆଲରେ ପୁଣି ନେପୋଟିଜିମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେମାନଙ୍କ ଅନୁଯାୟୀ କାର୍ତ୍ତିକ ବଲିଉଡର କୌଣସି ଷ୍ଟାରକିଡ ହୋଇନଥିବାରୁ ତାଙ୍କୁ ଏହି ଫିଲ୍ମରୁ ବାହାର କରିଦିଆଯାଇଛି ।

ସେପଟେ ଆଉ କିଛି ଫ୍ୟାନ୍ସ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ କାର୍ତ୍ତିକଙ୍କ ତୁଳନା କରିବା ଆରମ୍ଭ କରିଦେଇଛନ୍ତି । ଯିଏ ନେପୋଟିସିମ ଶିକାର ହୋଇଥିଲେ । ସେହିପରି କରନଙ୍କୁ ଟାର୍ଗେଟ କରି ଜଣେ ଫ୍ୟାନ ଲେଖିଛନ୍ତି, ‘ହଠାତ୍ ନକାରାତ୍ମକ ଡିସିସନ କାର୍ତ୍ତିକଙ୍କ ବିରୁଦ୍ଧରେ କାହିଁକି ? ଅପ୍ରତ୍ୟାଶିତ ଆଚରଣ । କାହିଁକି ଏତେ ନକାରାତ୍ମକ ପ୍ରବନ୍ଧ । ସବୁବେଳେ ବାହାର ଲୋକଙ୍କ ବିରୁଦ୍ଧରେ? ସେଥିପାଇଁ ଆମେ ସୁଶାନ୍ତଙ୍କୁ ହରାଇଲୁ ।

କଙ୍ଗନା ଏହା ବିରୁଦ୍ଧରେ ଲଢୁଛନ୍ତି ଏବଂ ବର୍ତ୍ତମାନ କାର୍ତ୍ତିକ ନେପୋଟିଜିମର ଶିକାର ହୋଇଛନ୍ତି ।’ ଦ୍ବିତୀୟ ୟୁଜର ଲେଖିଛନ୍ତି, ‘କାର୍ତ୍ତିକ ଯେପରି ଏହି ଲୋକଙ୍କଠୁ ସବୁବେଳେ ଦୂରେଇ ରୁହନ୍ତି ତାହା ବହୁତ ଭଲ କଥା । କାର୍ତ୍ତିକଙ୍କ ତୁମେ ଖୁସି ରୁହ। ଯେଉଁମାନେ କୁହନ୍ତି ଯେ କାର୍ତ୍ତିକ ଅଣପ୍ରଫେସନାଲ୍, ସେମାନେ ହେଉଛନ୍ତି ସବୁଠାରୁ ବଡ ମୂର୍ଖ ଜ୍ଝ କାର୍ତ୍ତିକ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଦକ୍ଷ ଓ ପରିଶ୍ରମୀ ଅଭିନେତା ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ