Masthead

ଖୋଲିଛି କାହ୍ନୁର ଗୁମର

ରଣପୁର (ବଡ଼ ଖବର ବ୍ୟୁରୋ): ହାଇପ୍ରୋଫାଇଲ ଠକ କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଗିରଫ ହେବା ପରେ ତାଙ୍କ ଲିଙ୍କରେ ଥିବା ସହଯୋଗୀଙ୍କ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି । ବୁଧବାର କାହ୍ନୁଙ୍କର ଜଣେ ଘେନିଷ୍ଟ ସହଯୋଗୀ ପର୍ଶୁରାମ ଜେନାକୁ ଗିରଫ କରିଛି ପୋଲିସ । ଖଣ୍ଡଗିରି ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି । ପର୍ଶୁରାମ ନିକଟରୁ ନକଲି ଆଇକାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଗିରଫ ପର୍ଶୁରାମଙ୍କ ଘର ଖଣ୍ଡଗିରି ସାଇ କଲୋନୀରେ । କେନ୍ଦ୍ରାପଡା ଓ ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ରହି କାହ୍ନୁଙ୍କୁ ସେ ସହଯୋଗ କରିବା ସହ ଜମି କାରବାରରେ ସମ୍ପୃକ୍ତ ଥିଲେ । ଗୁରୁବାର କାହ୍ନୁଙ୍କ ବେଆଇନ ୫ଲକ୍ଷ ଟଙ୍କାକୁ ଜନୈକ ବ୍ୟକ୍ତିଙ୍କ ଠାରୁ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ନାମଗୋପନ ରଖାଯାଇଛି । କାହ୍ନୁଙ୍କ ଲିଙ୍କରେ ଆଉ କେଉଁମାନେ ଅଛନ୍ତି ତା’ଉପରେ ପୋଲିସ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ