Masthead

ଖୋଲିଛି କାହ୍ନୁର ଗୁମର

ରଣପୁର (ବଡ଼ ଖବର ବ୍ୟୁରୋ): ହାଇପ୍ରୋଫାଇଲ ଠକ କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଗିରଫ ହେବା ପରେ ତାଙ୍କ ଲିଙ୍କରେ ଥିବା ସହଯୋଗୀଙ୍କ ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି । ବୁଧବାର କାହ୍ନୁଙ୍କର ଜଣେ ଘେନିଷ୍ଟ ସହଯୋଗୀ ପର୍ଶୁରାମ ଜେନାକୁ ଗିରଫ କରିଛି ପୋଲିସ । ଖଣ୍ଡଗିରି ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି । ପର୍ଶୁରାମ ନିକଟରୁ ନକଲି ଆଇକାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଗିରଫ ପର୍ଶୁରାମଙ୍କ ଘର ଖଣ୍ଡଗିରି ସାଇ କଲୋନୀରେ । କେନ୍ଦ୍ରାପଡା ଓ ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ରହି କାହ୍ନୁଙ୍କୁ ସେ ସହଯୋଗ କରିବା ସହ ଜମି କାରବାରରେ ସମ୍ପୃକ୍ତ ଥିଲେ । ଗୁରୁବାର କାହ୍ନୁଙ୍କ ବେଆଇନ ୫ଲକ୍ଷ ଟଙ୍କାକୁ ଜନୈକ ବ୍ୟକ୍ତିଙ୍କ ଠାରୁ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ନାମଗୋପନ ରଖାଯାଇଛି । କାହ୍ନୁଙ୍କ ଲିଙ୍କରେ ଆଉ କେଉଁମାନେ ଅଛନ୍ତି ତା’ଉପରେ ପୋଲିସ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା