Masthead

ନରେନ୍ଦ୍ର ମୋଦି , ଅରୁଣ ଜେଟଲୀ ଷ୍ଟାଡିୟମର ନାମ ବଦଳିବ କେବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ ପଛରେ ହୀନ ରାଜନୀତି ନାଁ ଆଉ କିଛି। ଯଦି ଏହା ସମ୍ଭବ ହେଲା ତେବେ ନିକଟ ଅତୀତରେ ନାମିତ ହୋଇଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅରୁଣ ଜେଟଲୀ ଷ୍ଟାଡିୟମର ନାମକୁ ମଧ୍ୟ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଟୋକିଓ ଅଲମ୍ପିକରେ ଜିତିଥିବା ଖେଳାଳିମାନଙ୍କୁ ନେଇ ସାରା ଦେଶ ଖୁସି ମନାଉଥିବାବେଳେ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପୁରସ୍କାରର ନାମ ବଦଳାଇବା ଘୋଷଣା ଭାରତ ବର୍ଷରେ ହୀନ ଓ ଅସହିଷ୍ଣୁ ରାଜନୀତି ଚାଲିଛି କି ତାହା ଏବେ ପୁଣି ଆଲୋଚନା ପାଇଁ ଖୋରାକ ଯୋଗାଉଛି।

ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରି ଏହାର ନାମ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇପାରେ। କିନ୍ତୁ ଏହି ନାମକରଣ ପଛରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରଙ୍କ କୈାଣସି ମନ୍ଦ ଉଦ୍ଦେଶ୍ୟ ରଖି ନାହାନ୍ତି ତ? ଯାହା ଏବେ ଚର୍ଚ୍ଚାର ପରିଧି ଭିତରକୁ ଆସିଛି। ସତ କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ଏପରି ଆଭିମୁଖ୍ୟକୁ ମଧ୍ୟ ସହଜରେ ହଜମ କରିପାରୁନାହାନ୍ତି ବୁଦ୍ଧିଜୀବୀ। ଯଦି ଦେଶର ପୂର୍ବତନ ଜଣେ ପ୍ରଧାନ ମନ୍ତ୍ରୀଙ୍କ ନାମକୁ ବଦଳାଇବା ସମ୍ଭବ ହେଲା ତେବେ ଅନୁରୂପ ଭାବେ ନରେନ୍ଦ୍ର ମୋଦି ଓ ଅରୁଣ ଜେଟଲିଙ୍କ ନାମରେ ନାମିତ କରାଯାଇଥିବା ଷ୍ଟାଡିୟମର ନାମ ମଧ୍ୟ ପରିବର୍ତ୍ତନ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠିଲାଣି । ଏହି ଦୁଇ ଷ୍ଟାଡିୟମ ମଧ୍ୟ କୌଣସି ଖେଳାଳିଙ୍କ ନାମରେ ନାମିତ କରାଯାଉ। ଦେଶର ପ୍ରଧାନମନ୍ତ୍ରୀ ହିସାବରେ ନରେନ୍ଦ୍ର ମୋଦି ଯେକୌଣସି ବ୍ୟକ୍ତି ବିଶେଷ,ରାଜନୈତିକ ଦଳ ପାଇଁ ସମାନ ବିଚାରଧାରା ରଖିବ ଏହାହିଁ ସମସ୍ତେ ଚାହାଁନ୍ତି। ରାଜୀବ ଗାନ୍ଧି ଦେଶର ନାୟକ ଥିଲେ। ସେ କୌଣସି ପୁରସ୍କାର ସହ ନଥିଲେ। ସେ ନିଜେହିଁ ନିଜର ପରିଚୟ ଥିଲେ।

ଭାରତକୁ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ଦାନ ଅତୁଳନୀୟ। ଦେଶପାଇଁ ସେ ନିଜ ଜୀବନକୁ ପ୍ରାଣବଳି ଦେଇଛନ୍ତି । ଆଧୁନିକ ଭାରତର ନିର୍ମାତା ଭାବେ ମଧ୍ୟ ତାଙ୍କୁ ବିବେଚନା କରାଯାଏ। ଷ୍ଟାଡିୟମର ପୂର୍ବ ନାମକୁ ବଦଳାଇ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବା ଦେଶ ପାଇଁ ଗୈାରବର ବିଷୟ ହୋଇ ଥାଇପାରେ କିନ୍ତୁ ଏହି ନାମକରଣ କ୍ଷେତ୍ରରେ ମୋଦି ଶସ୍ତା ରାଜନୀତି କରି ନାହାନ୍ତି ତ ? ଏହା ଅନେକଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରୁଛି।

କାରଣ ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ନାମକୁ ମଧ୍ୟ ଏକ କେନ୍ଦ୍ରୀୟ ଯୋଜନାରୁ ମୋଦି ହଟାଇ ଦେଇଥିଲେ। ମୋଦିଙ୍କର ଏହା ଅସହିଷ୍ଣୁତା ନୁହେଁ କି? ଦେଶର କୋଟି କୋଟି ଲୋକଙ୍କ ମନରେ ଉଦ୍ରେକ ହୋଇଥିବା ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ ମୋଦି ଓ ଜେଟଲିଙ୍କ ଷ୍ଟାଡିୟମର ନାମ ମଧ୍ୟ ପରିବର୍ତ୍ତନ କରାଯିବା ପାଇଁ ପଦକ୍ଷେପ ନେବା ଦରକାର। କେହି ନା କେହି ଖେଳାଳିଙ୍କ ନାମରେ ଉପରୋକ୍ତ ଦୁଇ ଷ୍ଟାଡିୟମର ନାମକରଣ କରାଯିବା ଦରକାର। ତାହାଲେ ମୋଦିଙ୍କ ବିଚାରଧାରା ସମସ୍ତଙ୍କ ପାଇଁ ଯେ ସମାନ, ସେହି ବାର୍ତ୍ତା କେବଳ ଭାରତ ବର୍ଷ ନୁହେଁ ସମଗ୍ର ବିଶ୍ବକୁ ଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼