Masthead

ଭୂତ ଖାଉଛି ରାସନ

ନାଉଗାଁ, (ବଡ଼ ଖବର ବ୍ୟୁରୋ): ମୃତକଙ୍କ ନାଁରେ ଉଠୁଛି ରାସନ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅନିୟମିତତା । ସଠଳପୁର ଗାଁର ମୃତ ଭୀମସେନ ରାଉତଙ୍କ ରାସନକାର୍ଡରେ ଉଠୁଛି ରାସନ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ବୋହୁ କୁଇନ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଭୀମସେନଙ୍କ କାର୍ଡରେ ପରିବାରର ସମସ୍ତ ସଦସ୍ୟଙ୍କ ନାମ ରହିଥିଲା । ତାଙ୍କ ମୃତ୍ୟୁପରେ କାର୍ଡ କଟିଯାଇଥିବା କହିଥିଲେ ପଞ୍ଚାୟତ ଅଧିକାରୀ । ଶ୍ୱଶୁରଙ୍କ କାର୍ଡରୁ ନାମ କଟାଯାଇ ଅଲଗା କାର୍ଡ କରିବା ଲାଗି ପରିବାର ପକ୍ଷରୁ ଆବେଦନ କରାଯାଇଛି । ୩ବର୍ଷ ବିତିଯାଇଥିଲେ ସୁଦ୍ଧା ନୂଆ କାର୍ଡ ହୋଇପାରିନାହିଁ । ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ କାର୍ଡରେ ରାସନ ଉଠାଯାଉଛି । ତେବେ ଏନେଇ ବିଡିଓଙ୍କୁ ଅଭିଯୋଗ ଜଣାଇବା ପରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଦୀର୍ଘ ୧୫ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ କିଛି ଉତ୍ତର ମିଳିନାହିଁ । ତେବେ ତାଙ୍କ କାର୍ଡରେ କିଏ ରାସନ ଉଠାଉଛି ସେନେଇ ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଛନ୍ତି କୁଇନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା