ଶୁଣିଲାନି ପ୍ରଶାସନ; ହାତରେ କୋଦାଳ ଧରିଲେ ଶିଶୁ

କୋରାପୁଟ(ବଡ଼ ଖବର ବ୍ୟୁରୋ): ପ୍ରଶାସନ ଶୁଣିଲାନି, ହାତରେ କୋଦାଳ ଧରିଲେ ଶିଶୁ । ପାଣି କାଦୁଅ ହଟାଇ ଗାଁ ରାସ୍ତାକୁ କଲେ ସମତୁଲ । କୋରାପୁଟର କୁନି ମଧୁ କଲେ ଗାଁ ରାସ୍ତାର ମରାମତି। ୧୫ ବର୍ଷର ପିଲା କୋଡ଼ି କୋଦାଳ ଧରି ଗାଁ ରାସ୍ତା ମରାମତି କରି ଦେଖାଇଲେ ମହାନତା। କାଦୁଅ ପଚପଚ ଗାଁ ରାସ୍ତା ଦେଇ ସ୍କୁଲ ଯିବା ଆସିବାରେ ଅସୁବିଧା ହେବାରୁ ଏମିତି କରି ଦେଖାଇଛନ୍ତି କିଛି ଛୋଟ ପିଲା । ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାଡୁଆ ପଞ୍ଚାୟତର ଗାଲଗାଣ୍ଡା ଗାଁ ରାସ୍ତାକୁ ମରାମତି କରିଛନ୍ତି କିଛି ପିଲା।

ମୁଖ୍ୟ ରାସ୍ତାରୁ ୪୦୦ ମିଟର ଦୁରରେ ଗାଁ। କିନ୍ତୁ ରାସ୍ତାର ଦୂରବସ୍ଥା କହିଲେ ନସରେ। ଆଣ୍ଠୁଏ କାଦୁଅ ସାଙ୍ଗକୁ ବଡ଼ ବଡ଼ ଗାତ ହୋଇ ପାଣି ଜମିବା ଫଳରେ ଯିବା ଅସିବା କଷ୍ଟ ହେଇପଡୁଛି। ତେଣୁ ଗ୍ରାମର ବଡ ଲୋକଙ୍କ ଅପେକ୍ଷା ନକରି ୮ରୁ ୧୦ ଜଣ ପିଲା ଗାଁ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ସ୍କୁଲ ବନ୍ଦ୍ ଥିବାରୁ ପିଲାମାନେ ଏକ ହୋଇ ରାସ୍ତା ତିଆରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!