Masthead

ଉଭେଇ ଯାଉଛି ରାୟଗଡ଼ା ସହରର ସୌନ୍ଦର୍ଯ୍ୟ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଜିଲ୍ଲା ଗଠନକୁ ୨୯ ବର୍ଷ ଚାଲିଲା । ତଥାପି ରାୟଗଡ଼ା ସହରରେ ସ୍ଥାୟୀ ପରିବା ବଜାରଟିଏ ନାହିଁ । ଦ୍ରୁତଗତିରେ ଜନସଂଖ୍ୟା ସହ ସହର ମଧ୍ୟ ବଢ଼ିଚାଲିଛି । ଜନସଂଖ୍ୟା ଏକ ଲକ୍ଷ ଛୁଇଁଲାଣି । ଏଯର୍ପ୍ୟନ୍ତ ପରିବା ବଜାର ନିର୍ମାଣ ହୋଇପାରୁ ନାହିଁ । ସହରର ସବୁରାସ୍ତା କଡ଼ରେ ଧାଡ଼ି ଧାଡ଼ି ପରିବା ପସରା । ଫଳରେ ସହରର ପରିମଳ ବ୍ୟବସ୍ଥା ପ୍ରଭାବିତ ହେବାସହ ସୌନ୍ଦର୍ଯ୍ୟ ଉଭେଇ ଯାଉଛି ।

ଦକ୍ଷିଣ ଓଡ଼ିଶାର ଅନ୍ୟତମ ବାଣିଜ୍ୟକେନ୍ଦ୍ର ହେଉଛି ରାୟଗଡ଼ା ସହର । ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ରାୟଗଡ଼ାକୁ ରେଳବାଇ ଡିଭିଜନ ରୂପେ ଘୋଷଣା କରାଯାଇଛି । ସହରରେ ଲକ୍ଷେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ବାଣିଜ୍ୟ ଉଦ୍ଦେଶ୍ୟରେ ହଜାର ହଜାର ଲୋକ ରାତିପାହିଲେ ଏଠାକୁ ଛୁଟି ଆସୁଛନ୍ତି । ତଥାପି ଏତେବଡ଼ ସହରରେ ଯୋଜନା ଭିତ୍ତିକ ସ୍ଥାୟୀ ପରିବା ବଜାରଟିଏ ନାହିଁ । ସହରର ମଧ୍ୟଭାଗରେ ଥିବା ଫ୍ଲାଇଓଭର ତଳେ ପୌର ପରିଷଦ ହାତଗଣତି କେତୋଟି ପିଣ୍ଡି ଖୋଲିଦେଇ ଟିକସ୍ ଆଦାୟରେ ବ୍ୟସ୍ତ । ଏହି ବ୍ୟବସ୍ଥା ଯଥେଷ୍ଟ ନଥିବା ଅଭିଯୋଗ କରିଛନ୍ତ ସ୍ଥାନୀୟ ବାସିନ୍ଦା । ରାସ୍ତାକଡ ଡ୍ରେନ,ଫୁଟପାଥ ଉପରେ ଉଠାଦୋକାନୀଙ୍କ ପସରା ଧାଡି ହୋଇ ପଡିଥିବା ଦେଖିବାକୁ ମିଳୁଛି ।

ଫ୍ଲାଇଓଭର ଯିବା ୱାନ-ୱେ ରାସ୍ତାର ଉଭୟ କଡରେ ପରିବା ପସରା ଲାଗିରହୁଛି । ଯାନବାହନର ଗହଳି ଭିତରେ ବଜାର କରିବା ବିପଦମୁକ୍ତ ନୁହେଁ ବୋଲି ଲୋକମାନେ କହିଛନ୍ତି । ପରିମାଣ ସ୍ୱରୂପ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ