Before Header

ସମ୍ବଲପୁରରେ ହିଂସାକାଣ୍ଡ ଘଟଣା, ଆଉ ୬ ଗିରଫ

0 54

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ହିଂସାକାଣ୍ଡ ଘଟଣା । ଆଉ ୬ ଜଣଙ୍କୁ ଗିରଫ କରିଛି ପେଲିସ । ଯାହକୁ ମିଶାଇ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି । ଶନିବାରଠାରୁ ପୋଲିସ ଡିଜି ସମ୍ବଲପୁରରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଡିଜି ଘନ ଘନ ବୈଠକ କରୁଛନ୍ତି । ସୁଧୁରିବାରେ ଲାଗିଛି ସମ୍ବଲପୁର ସ୍ଥିତି ।

ପରିସ୍ଥିତି ସୁଧୁରିବା ପରେ ଜିଲ୍ଲା ପ୍ରଶାସନ ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି । ସେପଟେ ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳ ୧୦ ଟା ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ କଟକଣା ବଢ଼ାଇ ଦିଆଯାଇଛି । ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ କରାଯାଇଛି । କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି ।

Leave A Reply

Your email address will not be published.