Masthead

ସିଯି ମାଳ ବିଜେଡି ପାଇଁ ସାଜିବ କି କଣ୍ଟା?

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ସିଯି ମାଳି ଗର୍ଭରେ ଥିବା ବକ୍ସାଇଟ ବେଦାନ୍ତକୁ ଦେବା ପାଇଁ ପ୍ରକ୍ରିୟା ଶାସକ ତଥା ବିଜେଡି ଦଳ ପାଇଁ କଣ୍ଟା ହେଲା କି ? ଏହାର ପ୍ରତିଫଳନ ସଦୃଶ୍ୟ ଏହି ତିନୋଟି ପଞ୍ଚାୟତର ପ୍ରାୟ ୨୦ ରୁ ୨୨ ଟି ଗ୍ରାମର ଲୋକଙ୍କ ଏହି ସିଯି ମାଳି ବିରୋଧକୁ ନେଇ ଏକ ମେଳି ବାନ୍ଧିଛନ୍ତି । ଉକ୍ତ ସିଜି ମାଳି ପାଇଁ ଜନଶୁଣାଣୀ କରିବା ପୂର୍ବରୁ ଦମନ ଲୀଳା କରି ସରକାରଙ୍କ ଦ୍ଵାରା କଠୋର ନୀତି ଅବଲମ୍ବନ ଫଳରେ ଉକ୍ତ ଖଣି ପ୍ରଭାବିତ ଅଞ୍ଚଳର ଶତାଧିକ ଆଦିବାସୀ ଓ ଦଳିତ ଯୁବକଙ୍କୁ ଜେଲ ଭିତରେ ସଢ଼ିବାକୁ ପଡ଼ିଥିଲା ।

ଯାହାର ବିରୋଧର ଫଳ ସ୍ୱରୂପ ବର୍ତ୍ତମାନ ୨୦୨୪ ନିର୍ବାଚନ ବେଳେ ଉକ୍ତ ତିନୋଟି ପଞ୍ଚାୟତର ଅଞ୍ଚଳବାସୀ ତଥା ସ୍ଵତନ୍ତ୍ର ଭାବେ ଆଦିବାସୀ ମହିଳାମାନେ ଏକତ୍ରିତ ହୋଇ ସରକାର ତଥା ଶାସକ ଦଳ ବିଜେଡିକୁ ବିରୋଧ କରି ଏକ ନୂତନ ରାଜନୈତିକ ପାର୍ଟି ଅଲ୍ ଇଣ୍ଡିଆ ମାତୃଭୂମି ନବନିର୍ମାଣ ପାର୍ଟି ଗଠନ କରିବା ସହ ଏକ ଶିକ୍ଷିତ ଆଦିବାସୀ ଯୁବତୀଙ୍କ ନିଜର ପ୍ରତିନିଧି ପ୍ରାର୍ଥି କରି ଗଣତାନ୍ତ୍ରିକ ପଦ୍ଧତିରେ ସରକାର ତଥା ଶାସକ ଦଳର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଯାହାକି ଶାସକ ବିଜେଡି ଦଳ ପାଇଁ ଚଳିତ ନିର୍ବାଚନରେ କଣ୍ଟା ହେବା ସହ ବିଜୟର ବାଟ ଓଗାଳିବା ଏକ ପ୍ରକାର ନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଏଭଳି ଗଣତାନ୍ତ୍ରିକ ଉପାୟରେ ବିରୋଧ କରି ଉକ୍ତ ଅଞ୍ଚଳର ଲୋକଙ୍କ ପ୍ରୟାସକୁ ଅନେକାଂଶରେ ଏହି ନିର୍ବାଚନୀମଣ୍ଡଳିରେ ଲୋକ ପ୍ରଶଂସା କରୁଥିବା ସହ ଉକ୍ତ ମହିଳା ପ୍ରାର୍ଥୀ ଶ୍ରୀମତୀ ମାଝିଙ୍କୁ ସମର୍ଥନ କରୁଥିବା ଜଣାପଡ଼ିଛି ।

ଯାହାକି ଶାସକ ବିଜେଡି ଦଳ ପାଇଁ ଚଳିତ ନିର୍ବାଚନରେ ଏକ ଶକ୍ତ ଧକ୍କା ସହ ବିଜୟ ପଥର କଣ୍ଟା ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଯାହାକି ଉକ୍ତ ଖଣି ପ୍ରଭାବିତ ଅଞ୍ଚଳର ତିନୋଟି ପଞ୍ଚାୟତର ଅଞ୍ଚଳବାସୀ ମତ ବ୍ୟକ୍ତ କରିଛନ୍ତି ଯେ ଆମେ ଆଇନ ଅନୁଯାୟୀ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ବାସ କରୁ ଏବଂ ଏହି ପଦ୍ଧତିରେ ହିଁ ଆମେ ଆମର ହକ ତଥା ଆମର ଜୀବନ ଜୀବିକା ଯେଉଁ ଜଳ, ଜଙ୍ଗଲ ଦ୍ଵାରା ପାଉଥିଲୁ ସେହି ଅଧିକାର ପାଇଁ ଲଢେଇ କରୁଛୁ ଓ ଏହି ଲଢେଇ ଶେଷ ପର୍ଯ୍ୟନ୍ତ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ