Masthead

ଦାବି ପୂରଣ ପାଇଁ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

କଟକ(ବଡ଼ ଖବର ବ୍ୟୁରୋ:):ଭୟାବହ କରୋନା ମହାମାରୀର ପ୍ରଥମ ଲହର ସମୟରେ ତାଳଦେଣ୍ଡା କେନାଲ କୂଳରୁ ଉଚ୍ଛେଦ କରି ବାଲିସାହିଠାରେ ଅସ୍ତାୟୀ ଭାବରେ ରଖାଯାଇଥିବା ବସ୍ତିବାସିନ୍ଦାମାନେ ଉଚ୍ଛେଦର ୩ବର୍ଷ ପରେବି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ବସ୍ତିବାସିନ୍ଦାଙ୍କ କୌଣସି ସମସ୍ୟାର ସମାଧାନ କରାଯାଇନାହିଁ । ଏହାର ପ୍ରତିବାଦରେ ବାଲିସାହି ବସ୍ତିବାସିଦନ୍ଦାଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ମୁନିସପାଲ କମିଶନରଙ୍କୁ ଭେଟି  ଦାବି ଜଣାଇଛନ୍ତି  । ପୂର୍ବଭଳି ସୌଭାଗ୍ୟ ଯୋଜନାରେ ବସ୍ତି ବାସିନ୍ଦା ମାନଙ୍କୁ ଅନ୍ତର୍ଭୁକ୍ତ କରି ବିନା ଦେୟରେ ବିଜୁଳି ସଂଯୋଗ ଦେବା ଓ ପୂର୍ବଭଳି ବିଜୁଳି ଶୁଳ୍କରେ ରିହାତି ଦେବା, କର୍ମ ସ୍ଥଳକୁ ଯିବାପାଇଁ ବସ୍ତିକୁ ମୋ ବସ ଚଳାଚଳ କରିବା ଓ ବିନା ଦେୟରେ ମୋ ବସ ରେ ଯିବା ଆସିବା ପାଇଁ ବସ୍ତି ବାସିନ୍ଦାଙ୍କୁ ପରିଚୟ ପତ୍ର ଦେବା, ବସ୍ତି ନିକଟରେ କଣ୍ଟ୍ରୋଲ ସାମଗ୍ରୀ ପାଇବାର ବନ୍ଦୋବସ୍ତ କରିବା, ବସ୍ତିରେ ଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସ୍ମାରକ ପତ୍ରରେ ଦାବି କରାଯାଇଛି ।

ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ବିକ୍ଷୋଭରେ ସଂଗଠନର ଆବାହକ ଖଗେଶ୍ୱର ସେଠି, ବସ୍ତି ନେତା ଦୀପକ ଦାସ, ସଜନୀ ଦାସ,ପ୍ରଫୁଲ ଦାସ, ଉର୍ମିଳା ଦାସ, ଭଗବାନ ସେନାପତି,ଗଜେନ୍ଦ୍ର ଦାସ, ଶିବ ଦାସ,ସିପ୍ରା ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ବିକ୍ଷୋଭ ସଭାରେ ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ବିଦ୍ୟୁତ ଉପଭୋକ୍ତା ମଞ୍ଚ ଆବାହକ ରାଜକିଶୋର ମଲ୍ଲିକ, ସମାଜସେବୀ ବବି ବଳବନ୍ତରାୟ ପ୍ରମୁଖ ତାଙ୍କ ବକ୍ତବ୍ୟରେ ବସ୍ତି ବାସିନ୍ଦାଙ୍କ ଦାବି ଗୁଡିକୁ ପ୍ରଶାସନ ଯଥାଶୀଘ୍ର ପୁରଣ କରିବା ସହ ତାଙ୍କର ସମସ୍ୟା ଗୁଡିକୁ ଅବିଳମ୍ବେ ସମାଧାନ କରିବାକୁ ଦାବି କରଥିଲେ। ୫ଦଫା ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ସହ ଜିଲ୍ଲାପାଳ ପ୍ରିୟଦର୍ଶିନୀ ଜେନାଙ୍କୁ ଦିଆଯାଇଥିଲା । ସିଏମସି କମିଶନରଙ୍କୁ  ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ