Before Header

ସାମ୍ବାଦିକତାର ପାଠ ପଢାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ

0 110

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିବିସିର ସାମ୍ବାଦିକତାକୁ ନେଇ ଅନୁରାଗ ଠାକୁରଙ୍କ ପ୍ରଶ୍ନ । ଟ୍ୱିଟ କରି କଲେ ଟାର୍ଗେଟ । କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବ୍ରିଟିଶ ବ୍ରଡକାଷ୍ଟିଂ କରେସପଣ୍ଡେଣ୍ଟର ସାମ୍ବାଦିକତାର ସ୍ୱତନ୍ତ୍ରତାକୁ ନେଇ ପ୍ରଶ୍ନ କରିଛନ୍ତି । ସେ ଲାଇନକନରକୁ ନିଲମ୍ବିତ କରିବା ପ୍ରସଙ୍ଗକୁ ନେଇ ବିବିସି ଉପରେ ବର୍ଷିଛନ୍ତିି । ସୂଚନା ଅନୁସାରେ, ବିବିସି ପୂର୍ବତନ ଫୁଟବଲ ଖେଳାଳି ତଥା ବହୁ ଚର୍ଚ୍ଚିତ ଆଙ୍କର ଗୈରୀ ଲାଇନକରଙ୍କୁ ସୋସିଆଲ ମିଡିଆରେ ବ୍ରିଟେନ ସରକାରଙ୍କ ଇମିଗ୍ରେସନ ନୀତିରେ ଆଲୋଚନା କରିବା ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି ।

ଖାଲି ସେତିକି ନୁହେଁ ଡକ୍ୟୁମେଣ୍ଟାରୀ ପ୍ରସାରଣ ଉପରେ ବାରଣ କରାଯାଇଛି । ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇ ଅନୁରାଗ ଠାକୁର ଟ୍ୱିଟ୍ କରିଛନ୍ତି ଯେ, ସାମ୍ବାଦିକତାର ସ୍ୱତନ୍ତ୍ରତା ଉପରେ ବଡ଼ ବଡ଼ ଦାବି କରୁଥିବା ବିବିସି ନିଜର ଷ୍ଟାର ଆଙ୍କରଙ୍କୁ ସୋସିଆଲ ମିଡିଆ ଗତିବିଧିକୁ ନେଇ ନିଲମ୍ବିତ କରିବା କୌତୂହଳପ୍ରଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନକଲି ବକ୍ତବ୍ୟ ଏବଂ ନୈତିକ ସାମ୍ବାଦିକତା ସୃଷ୍ଟି କରିବା ଅନ୍ତର୍ନିହିତ ଅଟେ।

 

Leave A Reply

Your email address will not be published.