Masthead

ଦରଦାମ ବଢୁଛି: ଖାଉଟି ମୁଣ୍ଡରେ ଚଡ଼କ

(ବଡ଼ ଖବର ବ୍ୟୁରୋ): ବୋଝ ଉପରେ ନଳିତା ବିଡ଼ା । ପେଟ୍ରୋଲିୟମ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ନେଇ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ବର୍ଷ ଭିତରେ ଦରଦାମ ବୃଦ୍ଧି ସବୁ ରେକର୍ଡକୁ ପାର କରିଛି। ଲୋକଙ୍କ ଘରେ ଚୁଲି ଜଳିବା ଏକପ୍ରକାର କଷ୍ଟସାଧ୍ୟ ହୋଇଛି । ଏଲପିଜି ସିଲିଣ୍ଡରର ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସ୍ତରକୁ ଯିବା ପରେ ବି ମହଙ୍ଗା ମାଡ଼ରୁ ତ୍ରାହି ମିଳୁନି । ସୋମବାର ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ ଏକାଥରକେ ୨୬୬ ଟଙ୍କା ୫୦ ପଇସା ବଢ଼ିଛି । ସେପ୍ଟେମ୍ବର ୧ରେ କମର୍ସିଆଲ ସିଲିଣ୍ଡର ଦାମ ୭୫ଟଙ୍କା ବଢ଼ିଥିଲା । କିନ୍ତୁ ଏହି ସବୁ କିଛିର ରେକର୍ଡକୁ ପଛରେ ପକାଇ ଗୋଟିଏ ଦିନରେ ୨୬୬ଟଙ୍କା ୫୦ ପଇସା ବଢ଼ିଛି ସିଲିଣ୍ଡର ଦାମ ।

ସୋମବାର ଘରୋଇ ଏଲପିଜି ସିଲିଣ୍ଡର ଦାମ ବଢ଼ିନଥିଲେ ହେଁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଇବା ପରେ ଏବେ ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଢାବାରେ ବି ଦରଦାମ ବୃଦ୍ଧି ପାଇବ ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ । ପୂର୍ବରୁ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୧ହଜାର ୭୩୩ ଟଙ୍କାରେ ମିଳୁଥିଲା । ସୋମବାର ଠାରୁ ତାହା ୨ହଜାର ଟଙ୍କା ଟପିଛି । କୋଲକାତାରେ ମଧ୍ୟ ଏହି ମୂଲ୍ୟ ୨ହଜାର ୩୭ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ଚେନ୍ନାଇରେ ଏହାର ଦାମ ସର୍ବାଧିକ ୨ହଜାର ୧୩୩ ଟଙ୍କା ରହିଛି । ତେବେ ସରକାରୀ ପେଟ୍ରୋଲିୟମ କମ୍ପାନୀମାନେ ପ୍ରତି ୧୫ଦିନରେ ଏଲପିଜି ସିଲିଣ୍ଡର ଦାମକୁ ସମୀକ୍ଷା କରି ନୂଆ ଦର ନିର୍ଦ୍ଧାରଣ କରିଥାନ୍ତି ।

ଅକ୍ଟୋବର ୬ରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୫ଟଙ୍କା ବଢ଼ିଥିଲା । ଜୁଲାଇରୁ ଏପର୍ଯ୍ୟନ୍ତ ମୋଟ ୧୪.୨ କେଜିର ସିଲିଣ୍ଡର ଦାମ ୯୦ଟଙ୍କା ବଢ଼ାଯାଇଛି । କେବଳ ପେଟ୍ରୋଲ, ଡିଜେଲ ବା ଏଲପିଜି ନୁହେ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା କିରାସିନି ଦର ବି ହୁହୁ ହୋଇ ବଢ଼ିଚାଲିଛି । ରାସନ କାର୍ଡ ପିଛା କିରାସିନି କୋଟା ବି ହ୍ରାସ ପାଉଥିବା ବେଳେ ସବସିଡି କମୁଥିବାରୁ ବର୍ଷକ ମଧ୍ୟରେ ଏହାର ଦର ୧୭ଟଙ୍କା ବଢ଼ିଲାଣି । ସେହିପରି ବିଜୁଳି ବିଲରେ ବି ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା