Masthead

ଅଭିଶପ୍ତ ନେକରଗଣ୍ଡା

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଆଜି ବି ଅପହଞ୍ଚ ହୋଇ ରହିଛି ଅନେକ ଅଞ୍ଚଳ । ଗ୍ରାମାଞ୍ଚଳର ବିକାଶ ହେଉଥିବା କହି ସରକାର ଡେଙ୍ଗୁରା ପିଟୁଛନ୍ତି । ବାସ୍ତବରେ ଆଜି ବି ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ବିଜୁଳି ଓ ରାସ୍ତା ନାହିଁ । ସରକାରୀ ଯୋଜନା ତୃଣମୂଳ ସ୍ତରରେ ସେସବୁ ଅଞ୍ଚଳପାଇଁ ସ୍ୱପ୍ନ ପାଲଟିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି। ଦଶପଲ୍ଲା ବ୍ଳକ ଘୁଗୁଡିପଡା ପଞ୍ଚାୟତରେ ।

ପାହାଡ଼ ପର୍ବତ ଘେରା ଏକ ଆଦିବାସୀ ଅଧୁସିତ ଗାଁ ନେକରଗଣ୍ଡା । ଏହି ଗାଁରେ ମାତ୍ର ୧୫ଟି ପରିବାର ବାସ କରନ୍ତି । ଘୁଗୁଡିପଡ଼ା ପଞ୍ଚାୟତ ଠାରୁ ଖାଲଖମା ପଥରବଣି ଏବଂ ଛୋଟ ନାଳ ନେଇ ପ୍ରାୟ ୮କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବା ପରେ ପଡେ ନେକରଗଣ୍ଡା ଗାଁ।

ଗାଁ ବାହ୍ୟଜଗତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ । ଗାଁରେ ସରକାରୀ ଯୋଜନା ସାତ ସପନ । ଗାଁକୁ ପକ୍କା ରାସ୍ତା ନଥିବାରୁ ଲୋକେ ସରକାରଙ୍କ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଯୋଜନା କ’ଣ ଜାଣିନାହାନ୍ତି । ଆଜି ବି ରୋଗୀଙ୍କୁ ଖଟିଆରେ ଭାରକରି ୨/୩ କିଲୋମିଟର ବୋହୁଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ଯୋଜନାରେ ମିଳୁଥିବା ପାଇଖାନା ଏହି ଗାଁ ଲୋକଙ୍କ ପାଇଁ ଏବେ ମଧ୍ୟ ସ୍ୱପ୍ନ ହୋଇ ରହିଛି । ମାତ୍ର ଗାଁଠାରୁ ୨କିଲୋମିଟର ଦୂରରେ ବାହ୍ୟ ମଳମୂକ୍ତ ଗ୍ରାମର ଫଳକ ଲାଗି ସରକାରଙ୍କ ତାଲିକା ଭୁକ୍ତ ହୋଇଛି ଏଇ ଗାଁ । ଗାଁକୁ ଆସିଥିବା ଫାଇଖାନା ଟଙ୍କା ହୋଇଛି ବାଟମାରଣା ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ନେକରଗଣ୍ଡା ଗାଁର ପିଲାମାନେ ପାଠ ପଢିବା ପାଇଁ ପ୍ରାୟ ୫କିଲୋମିଟର ଯାଉଛନ୍ତି । ଅଙ୍ଗନୱାଡି କେନ୍ଦ୍ର ଗାଁଠାରୁ ୨ କିଲୋମିଟର ଦୂରରେ ରହିଛି । ପିଲାମାନେ ଜଙ୍ଗଲ ଦେଇ ପାଠ ପଢ଼ିବାକୁ ଯାଉଛନ୍ତି । ଗାଁକୁ ନେଟୱର୍କ ଆସୁନାହିଁ । ଅନଲାଇନ କ୍ଲାସ ଏହି ଗାଁର ପିଲାଙ୍କ ଲାଗି ଅଟହାସ୍ୟ ସଦୃଶ । ଛାତ୍ର ଛାତ୍ରୀମାନେ ବାଧ୍ୟ ହୋଇ ଏକ କିଲୋମିଟର ପାହାଡ଼କୁ ଯାଇ ପାଠ ପଢ଼ୁଛନ୍ତି । ବିଦ୍ୟୁତ ଖୁଣ୍ଟ ପୋତା ହୋଇଛି, ମାତ୍ର ଦୁଇଦିନ ବିଦ୍ୟୁତ ସଂଯୋଗ କରି କାଟି ଦେଇଛନ୍ତି । ବାରମ୍ବାର ଏନେଇ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ଗାଁ ଉପରେ କେବେ ପ୍ରଶାସନର ନଜର ପଡ଼ିବ ତା’ଉପରେ ରହିଛି ‘ବଡ଼ ଖବର’ର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା