Masthead

ରିୟାଙ୍କ ଫିଲ୍ମ ଚର୍ଚ୍ଚାରେ, କାହିଁକି ଜାଣନ୍ତୁ…

ମୁମ୍ବାଇ (ବଡ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଫିଲ୍ମ ଦୁନିଆ ମଧ୍ୟ ଏଥିରୁ ବାଦ ପଡିନାହିଁ । ଥିଏଟରଗୁଡିକ ବନ୍ଦ ହୋଇଯିବା ପରେ ସମସ୍ତ ଫିଲ୍ମ ଧୀରେ ଧୀରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଲାଗିଲା । ଏପରିକି ବିଗ ବଜେଟ ଫିଲ୍ମଗୁଡିକ ମଧ୍ୟ ଓଟିଟିରେ ରିଲିଜ ହେଲା । ମାତ୍ର ଅଳ୍ପ କିଛି ବିଗ ଷ୍ଟାରକାଷ୍ଟ ଥିବା ଫିଲ୍ମ ରିଲିଜ ନ ହୋଇ କରୋନା ସରିବାପରେ ରିଲିଜ କରିବାକୁ ଅପେକ୍ଷା ରଖିଛନ୍ତି । ଏହିଭଳି ପରିସ୍ଥିତିରେ କିଛି ସୁପରଷ୍ଟାରମାନଙ୍କ ଫିଲ୍ମ ଓଟିଟିରେ ରିଲିଜ ହେବା ନେଇ ଚର୍ଚ୍ଚା ଜୋରଧରିଛି । ଯାହା ମଧ୍ୟରେ ରହିଛି ବିଗ ବି ଅମିତାଭ ବଚ୍ଚନ, ଇମରାନ ହାସମି ଓ ବଙ୍ଗୀୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଷ୍ଟାରର ଅପକମିଙ୍ଗ ଫିଲ୍ମ ‘ଚେହରେ’ ଫିଲ୍ମଟି ପ୍ରଥମେ ଥିଏଟରରେ ରିଲିଜ ହେବ ବୋଲି ଶୁଣାଯାଉଥିଲା । ହେଲେ ଏହା ଓଟିଟିରେ ରିଲିଜ ହେବ ବୋଲି ନିର୍ମାତା ଜଣାଇଛନ୍ତି ।

ସମସ୍ତ ଓଟିଟି ପ୍ଲାଟଫର୍ମ ‘ଚେହରେ’ ଫିଲ୍ମର ରିଲିଜ ଦାୟିତ୍ୱ ନେବାପାଇଁ ଚାହୁଁଥିବା ବେଳେ ଡିଜନୀ ପ୍ଲସ ହଟଷ୍ଟାର ଏଥିରେ ବାଜିମାରି ନେଇଛି । ହଟଷ୍ଟାର ଏକ ପ୍ରିମିୟମ ବିକ୍ରିକରି ଚେହରେ ଫିଲ୍ମର ରିଲିଜ ଦାୟିତ୍ୱ ନିଜ ନାମରେ କରିଛନ୍ତି । ‘ଚେହରେ’ ଫିଲ୍ମର ନିର୍ମାତା ଫିଲ୍ମର ବିକ୍ରିରେ କିଛି ସର୍ତ୍ତ ଲଗାଇଥିଲେ । କିନ୍ତୁ କଣ ପାଇଁ ସବୁ ଓଟିଟି ପ୍ଲାଟଫର୍ମ ଏହି ଫିଲ୍ମଟିର ରିଲିଜ ଦାୟିତ୍ୱ ନେବାପାଇଁ ଚାହୁଁଛନ୍ତି ଭାବି ନିଶ୍ଚୟ ଦର୍ଶକ ଆଶ୍ଚର୍ଯ୍ୟ ହେଉଥିବେ! ତେବେ ଏହାର କାରଣ ହେଉଛି ଫିଲ୍ମର ବିଗ ଷ୍ଟାରକାଷ୍ଟ । ଏଥିସହ ଫିଲ୍ମରେ ରିୟା ଚକ୍ରବର୍ତ୍ତୀଙ୍କ ଉପସ୍ଥିତି ମଧ୍ୟ ଫିଲ୍ମକୁ ବହୁମାତ୍ରାରେ ଚର୍ଚ୍ଚିତ ବନାଇଛି । କାରଣ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ରିୟା ଚକ୍ରବର୍ତ୍ତୀ ବହୁ ମାସ ଧରି ଚର୍ଚ୍ଚାରେ ଥିଲେ । ରିୟାଙ୍କୁ ନେଇ ପ୍ରସ୍ତୁତ କିଛି ବି ଖବର ଥାଏ ସର୍ବଦା ହେଡଲାଇନ୍ସରେ । ଏଥିପାଇଁ ନିର୍ମାତା ରିୟାଙ୍କୁ ଫିଲ୍ମରେ ନେଇ ଫିଲ୍ମର ପପୁଲାରିଟି ବଢାଇବା ପାଇଁ ଚାହୁଁଛନ୍ତି । ‘ଚେହରେ’ଫିଲ୍ମର ରିଲିଜ ଡେଟ ସାମ୍ନାକୁ ଆସିନାହିଁ । କିନ୍ତୁ ଏବେଠାରୁ ଫିଲ୍ମଟି ରହୁଛି ଖୁବ୍ ଚର୍ଚ୍ଚାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା