Before Header

ମୋଷ୍ଟ ଟ୍ୱିଟେଡ ଲିଷ୍ଟ ଟପରେ ମିର୍ଜାପୁର-୨

0 26

୨୦୨୦ ମୋଷ୍ଟ ଟ୍ୱିଟେଡ ଇନ ଇଣ୍ଡିଆ ଲିଷ୍ଟ ବନିଛି । ଟ୍ୱିଟରରେ ଲେଖାଯାଉଥିବା ହାସଟ୍ୟାଗ ମାନଙ୍କୁ ହିସାବକୁ ନେଇ ଏହି ମୋଷ୍ଟ ଟ୍ୱିଟେଡ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ୱେବ ସିରିଜ ମାନଙ୍କ ମଧ୍ୟରେ ମିର୍ଜାପୁର-୨, ମନି ହେଇଷ୍ଟ ଓ ଆର୍ୟା ଭଳି କ୍ରାଇମ ଥ୍ରୀଲର ୱେବ ସିରିଜ ଯଥାକ୍ରମେ ଏହି ଲିଷ୍ଟର ଟପରେ ଆସିଛି । ସେହିଭଳି ଦିଲ ବେଚାରା, ଛପାକ, ତାନହାଜି-ଦ ଅନସଙ୍ଗ ଓାରିୟର, ଥାପଡ ଏବଂ ଗୁଞ୍ଜନ ସକ୍ସେନା ଆଦି ଫିଲ୍ମ ବନିଛି ୨୦୨୦ ମଷ୍ଟ ଟ୍ୱିଟେଡ ବଲିଉଡ ଫିଲ୍ମ । ୱେବ ସିରିଜଗୁଡିକ ବର୍ତ୍ତମାନ ସମୟରେ ଯୁବପିଢିଙ୍କର ପ୍ରଥମ ପସନ୍ଦ ପାଲଟିଛି । ସେଥିମଧ୍ୟରୁ ଆକ୍ସନ ଓ କ୍ରାଇମ ଥ୍ରୀଲର ୱେବ ସିରିଜ ଜିଣିଛି ଦର୍ଶକଙ୍କ ହୃଦୟ । ତେବେ ସମସ୍ତ ସିରିଜମାନଙ୍କ ମଧ୍ୟରେ ପଙ୍କଜ ତ୍ରିପାଠୀଙ୍କ ମିର୍ଜାପୁର-୨ ଏହି ଲିଷ୍ଟର ଟପରେ ରହିଛି ।

ଦମଦାର ଆକ୍ସନ ଓ ଥ୍ରୀଲରରେ ଭରପୁର ଏହି ମିର୍ଜାପୁର-୨, ମିର୍ଜାପୁରର ସିରିଜର ଦ୍ୱିତୀୟ ଭାଗ । ମିର୍ଜାପୁରରେ ମୁଖ୍ୟ ଚରିତ୍ର ଭାବରେ କାଳିନ୍ଦୀ ଭୈୟା ବା ପଙ୍କଜ ତ୍ରିପାଠୀ ଉଭୟ ପ୍ରଥମ ଓ ଦ୍ୱିତୀୟ ଭାବରେ ନଜର ଆସୁଛନ୍ତି । ଅନ୍ୟଜଣେ ମୁଖ୍ୟ ଚରିତ୍ର ଭାବରେ ଗୁଡ୍ଡୁ ଭୈୟା ଓ ମୁନ୍ନା ନଜର ଆସୁଛନ୍ତି । ପୁରା ମିର୍ଜାପୁର ସିରିଜରେ ଭରିକି ରହିଛି ଢେରସାରା ଆକ୍ସନ, ଥ୍ରୀଲର,ସସପେନ୍ସ ଓ କ୍ରାଇମ । ଏଥିପାଇଁ ମିର୍ଜାପୁର ସିରିଜ ଦର୍ଶକଙ୍କ ସବୁଠୁ ଫେବରେଟ । ସେହିଭଳି ସୁସ୍ମିତା ସେନଙ୍କ ଅଭିନୀତ ଆର୍ୟା ମୋଷ୍ଟ ଟ୍ୱିଟେଡ ୱେବସିରିଜ ଲିଷ୍ଟରେ ତୃତୀୟ ସ୍ଥାନ ଅଧିକାର କରିଛି । ଆର୍ୟା ମାଧ୍ୟମରେ ସୁସ୍ମିତା ଦୀର୍ଘଦିନ ପରେ ଅଭିନୟରେ କମବ୍ୟାକ କରିଛନ୍ତି ।

ଏଥିସହ ନିଜ ଓଟିଟି ଡେବ୍ୟୁ ମଧ୍ୟ କରିଛନ୍ତି । ଆର୍ୟା ଏକ ଭାରତୀୟ କ୍ରାଇମ ଡ୍ରାମା ୱେବ ଟେଲିଭିଜନ ସିରିଜ । ଆର୍ୟାର ଷ୍ଟୋରୀ ଏକ ଡଚ ଡ୍ରାମା ସିରିଜ ଯେଉଁଥିରେ ସୁସ୍ମିତାଙ୍କୁ ଆକ୍ସନ ସହ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହି ସିରିଜର ନିର୍ଦ୍ଦେଶକ ରହିଛନ୍ତି ରାମ ମାଧବାନି । ସୁସ୍ମିତା ଓ ନିର୍ଦ୍ଦେଶକ ଆର୍ୟାର ଦ୍ୱିତୀୟ ଭାଗ ବହୁତ ଜଲଦି ଆସିବ ବୋଲି ଘୋଷଣା କରିଛନ୍ତି । ସେହି ପରି ଫିଲ୍ମଗୁଡିକରେ ମଧ୍ୟ ମୋଷ୍ଟ ଟ୍ୱିଟେଡ ଲିଷ୍ଟ ପ୍ରକାଶ ପାଇଛି । ସବୁଠୁ ହାଇଏଷ୍ଟ ଟ୍ୱିଟେଡ ଫିଲ୍ମ ଭାବରେ ସୁଶାନ୍ତ ସିଂ ରାଜପୁତ ଓ ସଞ୍ଜନା ସାଘାଂଇଙ୍କ ଅଭିନୀତ ଦିଲ ବେଚାରା ଫିଲ୍ମ ରହିଛି ଟପରେ । ସୁଶାନ୍ତ ସିଂ ରାଜପୁତଙ୍କର ଏହା ଥିଲା ଶେଷ ଫିଲ୍ମ ।

କ୍ୟାନସର ପେସେଣ୍ଟ ଭାବରେ ଦୁଇଟି ଯୁବକ ଓ ଯୁବତୀଙ୍କ ପ୍ରକୃତ ଭଲପାଇବାକୁ ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି । ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିବା ଏହି ଫିଲ୍ମ ଅନେକ ବ୍ୟବସାୟିକ ସଫଳତା ପାଇଥିଲା । ଏଥିସହ ସୁଶାନ୍ତଙ୍କ ଓ ସଞ୍ଜନାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ସେହିଭଳି ମସ୍ତାନୀ ଦିପିକାଙ୍କ ଅଭିନୀତ ଛପାକ ଆସିଯାଇଛି ମଷ୍ଟ ଟ୍ୱିଟେଡ ଫିଲ୍ମ ଲିଷ୍ଟର ଅନ୍ୟତମ ଟପ ଫିଲ୍ମ ଭାବରେ ଶୀର୍ଷରେ । ଫିଲ୍ମରେ ଏସିଡ ଆଟାକକୁ ନେଇ କିପରି ଜଣେ ଲୋକ ବିଶେଷକରି ଏକ ଝିଅର ଜୀବନ କିପରି ନଷ୍ଟ ହୋଇଯାଉଛି ତାହା ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି । ଛପାକ ଫିଲ୍ମ ବାସ୍ତବ କାହାଣୀ ଉପରେ ଆଧାରିତ । ଏକ ରିପୋର୍ଟ ଅନୁଯାୟୀ ଏହି ବର୍ଷ ପୃଥିବୀରେ ମିନିଟ୍ ପିଛା ୭୦୦୦ରୁ ଅଧିକ ଟ୍ୱିଟ ଆସିଛି । ଏହି ଲିଷ୍ଟର ଗଣନା ୨୦୨୦ ଜାନୁଆରୀ ୧ ରୁ ଆରମ୍ଭ ହୋଇ ନଭେମ୍ବର ୧୫ ପର୍ଯ୍ୟନ୍ତ ଚାଲିଥିଲା।

Leave A Reply

Your email address will not be published.