Masthead

ଆଜିଠୁ ସଡ଼କ ସୁରକ୍ଷା ମାସ ପାଳନ

ବଡ଼ ଖବର: ଆଜିଠୁ ସାରା ଦେଶରେ ପାଳନ ହୋଇଛି ସଡ଼କ ସୁରକ୍ଷା ମାସ । ଜାନୁଆରୀ ୧୮ରୁ ଫେବୃଆରୀ ୧୭ ଯାଏଁ ଏହି ସଡ଼କ ସୁରକ୍ଷା ମାସ ପାଳନ କରାଯିବ । ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ମଧ୍ୟରେ ଅନେକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ସଂଶୋଧିତ ମୋଟରଯାନ ଆଇନ-୨୦୧୯କୁ ରାଜ୍ୟରେ ଲାଗୁ କରିବା ପରେ ସଡ଼କ ଦୁର୍ଘଟଣା ଓ ତଦ୍ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କଟକ ଓ ଭୁବନେଶ୍ୱର ସହରର ନିର୍ଦ୍ଧିଷ୍ଟ ବେସରକାରୀ ହସ୍ପିଟାଲରେ ପ୍ରଥମ ୨୪ ଘଣ୍ଟାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ ।

ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଆଇନତଃ ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ବାରମ୍ବାର ମୋଟରଯାନ ଆଇନ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ଅର୍ଥଦଣ୍ଡ ଆଦାୟ କରିବା ନିମନ୍ତେ ଉଭୟ ପୋଲିସ ଓ ପରିବହନ ବିଭାଗରେ ଇ-ଚାଲାଣ ବ୍ୟବସ୍ଥା ପ୍ରଚଳନ କରାଯିବ । ସମସ୍ତ ଜିଲ୍ଲାରେ ଅଟୋମେଟେଡ଼ ଡ଼୍ରାଇଭିଂ ଟେଷ୍ଟିଂ ଟ୍ରାକ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପଟେ ୫ଟି ଦୁର୍ଘଟଣା ପ୍ରବଣ ରାସ୍ତାରେ ହାଇୱା ପାଟ୍ରୋଲ ପ୍ରଚଳନ ବ୍ୟବସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା