Masthead

ଆଜିଠୁ ସଡ଼କ ସୁରକ୍ଷା ମାସ ପାଳନ

ବଡ଼ ଖବର: ଆଜିଠୁ ସାରା ଦେଶରେ ପାଳନ ହୋଇଛି ସଡ଼କ ସୁରକ୍ଷା ମାସ । ଜାନୁଆରୀ ୧୮ରୁ ଫେବୃଆରୀ ୧୭ ଯାଏଁ ଏହି ସଡ଼କ ସୁରକ୍ଷା ମାସ ପାଳନ କରାଯିବ । ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ମଧ୍ୟରେ ଅନେକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ସଂଶୋଧିତ ମୋଟରଯାନ ଆଇନ-୨୦୧୯କୁ ରାଜ୍ୟରେ ଲାଗୁ କରିବା ପରେ ସଡ଼କ ଦୁର୍ଘଟଣା ଓ ତଦ୍ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ କଟକ ଓ ଭୁବନେଶ୍ୱର ସହରର ନିର୍ଦ୍ଧିଷ୍ଟ ବେସରକାରୀ ହସ୍ପିଟାଲରେ ପ୍ରଥମ ୨୪ ଘଣ୍ଟାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ ।

ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଆଇନତଃ ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ବାରମ୍ବାର ମୋଟରଯାନ ଆଇନ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ଅର୍ଥଦଣ୍ଡ ଆଦାୟ କରିବା ନିମନ୍ତେ ଉଭୟ ପୋଲିସ ଓ ପରିବହନ ବିଭାଗରେ ଇ-ଚାଲାଣ ବ୍ୟବସ୍ଥା ପ୍ରଚଳନ କରାଯିବ । ସମସ୍ତ ଜିଲ୍ଲାରେ ଅଟୋମେଟେଡ଼ ଡ଼୍ରାଇଭିଂ ଟେଷ୍ଟିଂ ଟ୍ରାକ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପଟେ ୫ଟି ଦୁର୍ଘଟଣା ପ୍ରବଣ ରାସ୍ତାରେ ହାଇୱା ପାଟ୍ରୋଲ ପ୍ରଚଳନ ବ୍ୟବସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା