୬ଟଙ୍କାରେ କୋଟିପତି

ବାରିପଦା(ବଡ଼ ଖବର ବ୍ୟୁରୋ): ପାଗଳ କରିଛି କୋଟିପତି ହେବାର ସ୍ୱପ୍ନ ।ରାତାରାତି କୋଟିପତି ହେବାର ନିଶା ସମସ୍ତଙ୍କୁ ଘାରିଛି ।ଏପରି ଲୋଭନୀୟ ସ୍କିମରେ ସବୁଠୁ ବଡ ଟାର୍ଗେଟ ପାଲଟିଛନ୍ତି ଶ୍ରମିକ ଶ୍ରେଣୀର ଲୋକ ଓ ଅଳ୍ପ ପରିଶ୍ରମରେ ଅଧିକ ଆୟ କରିବାକୁ ଚେଷ୍ଟା କରୁଥିବା ଯୁବଗୋଷ୍ଠି । ଏହି ଅଫର ବାରିପଦାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମାତ୍ର ୬ ଟଙ୍କାରେ ଟିକେଟ କିଣିଲେ ହୋଇପାରିବେ କୋଟିପତି । ରାତାରାତୀ ଧନୀ ହେବାର ଲୋଭ ଦେଖାଇ ଲୋକଙ୍କୁ ଏମିତି ବାଉଳା କରାଯାଉଛି । ତେବେ ଏସବୁ ଟିକେଟ କେବଳ ପଶ୍ଚିମବଙ୍ଗରେ ବିକିବାର ନିୟମ ରହିଥିବା ବେଳେ ଓଡ଼ିଶାରେ ଏହି ନିୟମର ଖୁଲମଖୁଲା ଉଲଘଂନ ଚାଲିଛି । ବାହାର ଦେଶରୁ ଟିକେଟ ଆଣି ଚୋରାରେ କାରବାର କରୁଛନ୍ତି । ଘଟଣା ସଂପର୍କରେ ଅବଗତ ହୋଇ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁୁମାର ସେନାପତି ତଦନ୍ତ କରିବାକୁ ନଷ୍ପତ୍ତି ନେଇଛନ୍ତି ।

ସୂଚନାନୁଯାୟୀ, ବାରିପଦାରେ ଅନେକ ଲୋକ ଏହି ଠକେଇର ଶିକାର ହୋଇଛନ୍ତି । ଏଥିପାଇଁ ବାରିପଦା ଟାଉନ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ