Masthead

ବାଙ୍ଗଲାଦେଶୀ ଝିଅ ବାଲେଶ୍ୱରରେ ନିଜ ସ୍ୱାମୀଙ୍କୁ ଖୋଜିବା ଘଟଣା, ଥାନାରେ ଏତଲା ଦେଲେ ରୁମା ମ୍ୟାରିଆମ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ବାଙ୍ଗଲାଦେଶୀ ଝିଅ ରୁମା ମ୍ୟାରିଆମ ବାଲେଶ୍ଵରରେ ଆସି ସ୍ୱାମୀଙ୍କୁ ଖୋଜିବା ଘଟଣା। ଦୀର୍ଘ ୫ ଦିନ ପରେ ନୂଆ ମୋଡ ନେଇଛି । ଗତକାଲି ରାତିରେ କମର୍ଦ୍ଦା ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି ରୁମା ମ୍ୟାରିଆମ । ରୁମା ପ୍ରଥମେ ଅଭିଯୋଗ କରିଥିଲେ ବୁଧ କୁସୁମୀ ଗ୍ରାମର ବୀରେନ୍ଦ୍ର ପ୍ରତାପ ଭଞ୍ଜ ତାଙ୍କର ସ୍ୱାମୀ କିନ୍ତୁ ଲିଖିତ ଅଭିଯୋଗରେ ବୀରେନ୍ଦ୍ର ମୋର ସ୍ୱାମୀ ନୁହଁନ୍ତି ବରଂ ପ୍ରେମିକ ଥିଲେ ଲେଖିଛନ୍ତି। ତାଙ୍କ ସହିତ ଫେସବୁକରୁ ବନ୍ଧୁତା ହେଇଥିଲା ତାପରେ ପ୍ରେମ ହେଇଥିଲା । ପ୍ରେମିକ ବିରେନ୍ଦ୍ର ବିବାହର ପ୍ରତିଶ୍ରୁତି ଦେଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିବାର ଅଭିଯୋଗ କରୁଛନ୍ତି ରୁମା । ଅଭିଯୋଗ ପରେ କମର୍ଦ୍ଦା ଥାନାରେ କେସ ରୁଜୁ କରି ତଦନ୍ତ କରୁଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ