Masthead

ଭାରତୀୟ ବିମାନ ଉପରେ ନିଷେଦ୍ଧାଦେଶ ବଢ଼ାଇଲା କାନାଡ଼ା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ଭାରତ ଓ ପାକିସ୍ତାନରୁ କାନାଡ଼ାକୁ ଯାଉଥିବା ଯାତ୍ରୀବାହୀ ବିମାନ ଗୁଡ଼ିକ ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରିଛନ୍ତି କାନାଡ଼ା ସରକାର । ଭାରତ ଓ ପାକିସ୍ତାନରୁ କାନାଡ଼ାକୁ ଯାଉଥିବା ବିମାନ ଗୁଡ଼ିକର ନିଷେଦ୍ଧାଜ୍ଞାକୁ ଜୁନ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଶୁକ୍ରବାର କାନାଡ଼ାର ପରିବହନ ମନ୍ତ୍ରୀ ଓମାର ଅଲଘାବ୍ରା ସୂଚନା ଦେଇଛନ୍ତି

ଭାରତରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା କାରଣରୁ ଏପ୍ରିଲ ୨୨ ତାରିଖରେ ପ୍ରଥମେ ଓଟାୱା ଭାରତୀୟ ବିମାନ ଉପରେ ନିଷେଦ୍ଧାଦେଶ ଜାରି କରିଥିଲା । ଭାରତରେ ବଢ଼ୁଥିବା କରୋନାର ପରିସ୍ଥିତିକୁ ଦେଖି କାନାଡ଼ାବାସୀଙ୍କୁ ଏଥିରୁ ସୁରକ୍ଷିତ ରଖିବା ଲାଗି ଏପରି ନିଷ୍ପତ୍ତି ନେଇଥିବା କାନାଡ଼ା ସରକାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ