Masthead

ଡିଭାଇଡର ଉପରକୁ ଚଢିଗଲା ବୋଲେରୋ, ଝୁଲନ୍ତା ଅବସ୍ଥାରେ ରହିଛି ବିଦ୍ୟୁତ ପୋଲ

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା କଳିଙ୍ଗ ରୋଡ ଠାରେ ଡିଭାଇଡର ଉପରକୁ ମାଡିଗଲା ଵୋଲେରୋ । ବିଳମ୍ବିତ ରାତିରେ ବୋଲେରୋଟି ବ୍ରହ୍ମପୁରକୁ ଯାଉଥିବା ବେଳେ ଡିଭାଇଡର ଉପରକୁ ମାଡିଯାଇ ବିଦ୍ୟୁତ ପୋଲକୁ ପିଟିଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ବିଦ୍ୟୁତ ପୋଲ ଏବେ ଝୁଲନ୍ତା ଅବସ୍ଥାରେ ରହିଛି । ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ହୋଇଥିବା ବେଳେ ବିଦ୍ୟୁତ ସରବରାହ ଏପର୍ୟ୍ୟନ୍ତ ବନ୍ଦ ରହିଛି । ସେପଟେ ତୁମୁଡିବନ୍ଧ ବ୍ଲକ ବିଡ଼ିଓ ଲଳିତ ସୋରେନ ଏହି ଗାଡ଼ିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିର ଇନସୁରାନ୍ସ ସରିଥିବା ବେଳେ କିଭଳି ସରକାରୀ କାର୍ୟ୍ୟାଳୟରେ ଗାଡି ଲାଗିଥିଲା ତାହା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟ ପରିଵହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ସରକାରୀ କାର୍ୟ୍ୟାଳୟରେ ଲାଗିଥିବା ଗାଡି ଦୁର୍ଘଟଣା ଘଟିବା ନିହାତି ବେପାରୁଆ ଗାଡି ଚାଳନାକୁ ଇଙ୍ଗିତ କରୁଛି । ଏହି ଦୁର୍ଘଟଣା ଘଟାଇଥିବା ଗାଡି କଟକ ଅଞ୍ଚଳର ଜଣାପଡିଥିବା ବେଳେ ଗାଡି ଶ୍ରଦ୍ଧାଞ୍ଜଳି ସେନାପତିଙ୍କ ନାମରେ ଥିବା ସୂଚନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ