Masthead

ଚୋରି ବ୍ଲୁ-ପ୍ରିଣ୍ଟରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଛି ଋଷ !

ବଡ଼ ଖବର ବ୍ୟୁରୋ: ସାରା ବିଶ୍ୱରେ କରୋନା ଆୟତ୍ତ୍ୱ ହେବାରେ ଲାଗିଛି । ଏହା ମଧ୍ୟରେ ଅନେକ ଦେଶ ନିଜ ନିଜର ଭ୍ୟାକ୍ସିନ ମଧ୍ୟ ପ୍ରସ୍ତୁତ କାରିସାରିଲେଣି । ହେଲେ ଭ୍ରାକ୍ସିନକୁ ନେଇ ଅଡ଼ୁଆରେ ଭାରତର ବନ୍ଧୁ ରାଷ୍ଟ୍ର ଋଷିଆ । ତେବେ ବ୍ରିଟେନର କରୋନା ଟୀକାର ବ୍ଲୁ-ପ୍ରିଣ୍ଟକୁ ଚୋରି ଋଷିଆ ନିଜର ବ୍ଲ-ପ୍ରିଣ୍ଟ କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଋଷିଆ ନିଜର ଗୁପ୍ତଚରଙ୍କ ସାହାଯ୍ୟରେ ଏପରି କରିଥିବାର ସୂଚନା ମିଳିଛି । ଏହା ସହ ଚୋରୀ ବ୍ଲ-ପ୍ରିଣ୍ଟରେ ଋଷିଆ ନିଜର ପ୍ରଥମ ଭ୍ୟାକ୍ସିନ ସ୍ପୁଟନିକ-ଭି ତିଆରି କରିଥିବାର ମଧ୍ୟ ଅଭିଯୋଗ ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅନ୍ୟପଟେ ‘ଦ ସନ୍‌’ର ରିପୋର୍ଟ ମୁତାବିକ, ବ୍ଲୁ ପ୍ରିଣ୍ଟ ଏବଂ ଅନ୍ୟ କିଛି ଜରୁରୀ ତଥ୍ୟ ରୁଷର ଗୁଇନ୍ଦା ଏଜେଣ୍ଟ ଚୋରି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଡମିୟଦ ହିନ୍ଦସ୍‌ ଅଭିଯୁକ୍ତଙ୍କ ନାଁ ସାର୍ବଜନୀନ କରିନଥିବା ବେଳେ ପୂର୍ବାପେକ୍ଷା ସାଇବର ଆକ୍ରମଣ ବୃଦ୍ଧି ପାଇଛି ବୋଲି କହିଛନ୍ତି। ସୁରକ୍ଷା ଏଜେନ୍ସିର ରିପୋର୍ଟ ଅନୁସାରେ, ମସ୍କୋର ଗୁଇନ୍ଦା ଅଧିକାରୀ ବ୍ୟକ୍ତିଗତ ଭାବେ ବ୍ରିଟେନ ଯାଇ ସିକ୍ରେଟ୍‌ ଡିଜାଇନ୍‌ ଚୋରି କରିଛନ୍ତି। ତେବେ କମ୍ପାନୀ ଦ୍ବାରା ତିଆରି ବ୍ଲୁପ୍ରିଣ୍ଟ କିମ୍ବା ରିସର୍ଚ୍ଚ ପେପର କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ