Masthead

୧୬,୦୦୦ ଫୁଟ ଉଚ୍ଚରେ ଉଡିଲା ରୁଷ୍ଟମ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ରୁଷ୍ଟମ-୨ର ସଫଳ ପରୀକ୍ଷଣ ଆଜି ଶେଷ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏହି ପରୀକ୍ଷଣ କରିଥିଲଶ । ରୁଷ୍ଟମ-୨ ସମୁଦାୟ ୮ ଘଣ୍ଟା ପାଇଁ କର୍ଣ୍ଣାଟକର ଚିତ୍ରାଦୁରଗାରେ ୧୬,୦୦୦ ଫୁଟ ଉଚ୍ଚରେ ଉଡିଥିଲା । ୨୦୨୦ ଶେଷ ସୁଦ୍ଧା ଏହି ଡ୍ରୋନ୍ ଯେପରି ୨୬,୦୦୦ ଫୁଟ ଉଚ୍ଚରେ ୧୮ ଘଣ୍ଟା ଉଡ଼ିପାରିବ ସେଥିପାଇଁ ଡିଆରଡିଓର ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି ।

ଯୁଦ୍ଧସ୍ଥିତିକୁ ଜାଣିବା ଏବଂ ଶତ୍ରୁଙ୍କ ଉପରେ ନଜର ରଖିବା ପାଇଁ ଏହି ଡ୍ରୋନ୍ ବ୍ୟବହାର କରାଯିବ । ଏହା ସିନ୍ଥେଟିକ୍ ଆପର୍ଚର ରାଡାର ବହନ କରିବାରେ ଅତ୍ୟନ୍ତ ସକ୍ଷମ । ଭାରତୀୟ ବାୟୁସେନା ଏବଂ ନୌସେନା ଦ୍ୱାରା ବ୍ୟବହୃତ ମାନବବିହୀନ ଗୁପ୍ତଚର ଯାନ ସହିତ ରୁଷ୍ଟମ-୨ ଡ୍ରୋନକୁ ସମାନ କରିବା ପାଇଁ ଡିଆରଡିଓ ଲାଗିପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା