ବିଜେପିର ଚିନ୍ତା ବଢ଼ାଉଛି ଭୋଟ ଫଳାଫଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରକାର ଗଢ଼ିବା ପରେ ବି ଚିନ୍ତା । ଭୋଟ ଫଳାଫଳକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଛି ବିଜେପି । ଜନାଦେଶ ପାଇଥିଲେ ବି ଭୋଟ ପ୍ରତିଶତ ଓ ଆସନ ସଂଖ୍ୟା ହ୍ରାସ ପାଇଛି । ଉତ୍ତରପୂର୍ବର ୩ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି ବିଜେପି । ତଥାପି ଭୋଟ ପ୍ରତିଶତକୁ ନେଇ ଚିନ୍ତାରେ । ତ୍ରିପୁରା, ମେଘଳୟ ଏବଂ ନାଗାଲାଣ୍ଡରେ ସରକାର ଗଢିବାକୁ ଯାଉଥିବା ବିଜେପି ଯେତିକି ଉତ୍ସାହିତ ସେତିକି ଚିନ୍ତାଗ୍ରସ୍ତ । ତ୍ରିପୁରାରେ ଦଳ ପୁନର୍ବାର ସରକାର ଗଠନ ପାଇଁ ଜନାଦେଶ ପାଇଥିଲେ ମଧ୍ୟ ପୂର୍ବାପେକ୍ଷା ଦଳର ଭୋଟ ପ୍ରତିଶତ ଓ ଆସନ ସଂଖ୍ୟା ହ୍ରାସ ପାଇଛି । ତ୍ରିପୁରାରେ ନବଗଠିତ ଟିପ୍ରା ମୋଥା ଦଳ ବିଜେପି ଭଳି ଶକ୍ତିଶାଳୀ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବାରେ ସଫଳ ହୋଇଛି ।

ସ୍ଥାନୀୟ ଆଦିବାସୀ ଭୋଟରଙ୍କ ପ୍ରଥମ ପସନ୍ଦ ରୂପେ ଟିପ୍ରା ମୋଥା ଦଳ ସାମ୍ନାକୁ ଆସିଛି । ସେହିପରି ମେଘାଳୟରେ ବିଜେପିର ମାରାଥନ୍ ପ୍ରଚାର, ପ୍ରଧାନମନ୍ତ୍ରୀଙ୍କ ରାଲି ଭାଷଣ ସତ୍ତ୍ୱେ ୬୦ ଆସନରୁ ୨ଟି ଆସନରେ ସୀମିତ ରହିଛି । ନାଗାଲାଣ୍ଡରେ ବିଜେପି ୨୦ ଆସନରୁ ନିର୍ବାଚନ ଲଢିଥିଲା, ସେଥିରୁ ୧୨ ଟିରେ ବିଜୟ ହୋଇଛି । ତ୍ରିପୁରାକୁ ବାଦ୍ ଦେଲେ ଉତ୍ତରପୂର୍ବର ୨ରାଜ୍ୟରେ ଜୁନିଅର ପାର୍ଟି ସାଜି ସରକାର ଗଠନ କରିବାକୁ ଯାଉଛି । ଯାହାକୁ ଦଳର ହାଇକମାଣ୍ଡ ଅନ୍ୟ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ସହ ୫ ରାଜ୍ୟର ୬ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ବିଜେପିକୁ ବ୍ୟତିବ୍ୟସ୍ତ କରିଛି । ୬ ଆସନ ମଧ୍ୟରୁ କଂଗ୍ରେସ ୩ ଆସନ ହାତେଇବା ଏବଂ ବିଜେପି ୨ ଆସନ ଜିତିବା ଦଳୀୟ ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମହାରାଷ୍ଟ୍ରର କସବାପେଠ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହେବା ବିଜେପିକୁ ଅଧରକ ବାଧିଛି । ୧୯୯୫ରୁ ୨୮ ବର୍ଷ ଧରି ଏହି ଆସନ ବିଜେପି ଅଧୀନରେ ରହି ଆସୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ