Before Header

୨୦୨୦ରେ ଓଡ଼ିଶାରେ ୧,୩୯୨ଜଣଙ୍କୁ ହତ୍ୟା କରାଯାଇଛି

0 98

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଗୃହ ବିଭାଗର ଶ୍ୱେତପତ୍ର ଆଗତ ହୋଇଛି । ୨୦୨୦ରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ପଞ୍ଜିକୃତ ଅପରାଧ ମାମଲା ଆସିଥିଲା। ସେଥିମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ୨୦୨୦ରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୩୪ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୩୦୫ଟି ମାମଲା ସତ୍ୟ ଅଟେ । ତନ୍ମଧ୍ୟରୁ ୬୯୪ଟି ମାମଲାରେ ରାର୍ଜସିଟ ଦାଖଲ କରାଯାଇଛି । ୨୦୨୦ରେ ପଞ୍ଜିକୃତ ୧,୪୭୦ ହତ୍ୟା ମାମଲା ମଧ୍ୟରୁ ୧ ହଜାର ୩ ଶହ ୯୨ ଟି ସତ୍ୟ । ତନ୍ମମଧ୍ୟରୁ ୬୯୪ ମାମଲାରେ ଚାଜୟସିଟ୍ ଦାକଲ କରାଯାଇଛି । ୨୦୨୦ରେ ମୋଟ ୫୧୪ ଟି ଡକାୟତି ମାମଲା ସତ୍ୟ ଅଟେ ।

ସେଥିରୁ ୨୦୫୯ଟି ଦଙ୍ଗା ମାମଲା, ୩୫୨୪ ଟି ପ୍ରତାରଣ ମାମଲା, ୨୯୮୪ଟି ଦୁଷ୍କର୍ମ ମାମଲା, ୨୯୦୭ଟି ମାମଲା ସତ୍ୟ । ତନ୍ମଧ୍ୟରୁ ୨୦୫୪ା ଚାର୍ଜସିଟ୍ ଦାଖଲ ହୋଇଛି। ୨୦୨୦ ରେ ୪୮୮୮ଟି ଯୌତୁକ ଜନିତ ମାମଲା ରୁଜୁ ହୋଇଛି। ଧର୍ତବ୍ୟ ଅପରାଧ ୯୩ ହଜାର ୨୨୯, ନରହତ୍ୟା ୧୪୭୦ ମାମଲାର ପଞ୍ଜିକରଣ ହୋଇଛି। ସେଥିମଧ୍ୟରୁ ୬୯୪ ଟି ମାମଲାରେ ଚାର୍ଜସିଟ ଦାଖଲ କରିଛି ପୋଲିସ। ୨୦୨୦ ବର୍ଷରେ ୫୧୪ ଟି ଡକାୟତି ମାମଲା ସଂଗଠିତ ହୋଇଛି। ୨୧୬୬ ଟି ଲୁଣ୍ଠନ, ୪୫୦୦ ଟି ସିନ୍ଧି ଚୋରି ମାମଲା ପଞ୍ଜିକୃତ ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି।

ସାମ୍ପ୍ରଦାୟିକ ସ୍ଥିତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବାବେଳେ ୨୦୨୦ରେ ୨୭ ଥର ସାମ୍ପ୍ରଦାୟିକ, ୩ ଥର ସଂଖ୍ୟାଲଘୁ ବିଦ୍ୱେଷ ଦେଖାଦେଇଛି। କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି। କାର୍ୟ୍ୟ ସମ୍ପାଦନରେ ୮୯୦୨ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପ୍ରାଣ ହରାଇଛନ୍ତି। କରନାରୁ ସୁସ୍ଥ ହେବା ପରେ ୧୦୦୨ ଜଣ ପ୍ଲାଜମା ଦାନ କରିଛନ୍ତି। ୨୦୨୦ -୨୧ରେ ପୋଲିସ ତରଫରୁ ୧୮ ଥର ଗୁଳିଚଳନା କରାଯାଇଛି। ୫ ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି। ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୩୪ ଜଣଙ୍କୁ ଗିରଫ କରାଯାଇଛି। ୨ ଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରା ର ସୁପରିଚାଳନା କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.