Masthead

ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ରଙ୍କ ପାଇଁ କଣ୍ଟା କର୍ମକର୍ତ୍ତା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲା ପାଟଣା ବିଧାନସଭାମଣ୍ଡଳି ପାଇଁ ବିଜେପି ପକ୍ଷରୁ ଅଖିଳ ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ହେଲେ ବିଜେପିର କର୍ମକର୍ତ୍ତା ଅଖିଳଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ପୂର୍ବରୁ ସମୂହ ଇସ୍ତଫା ଦେଇଥିବା ବେଳେ ପୁଣି ବିରୋଧ ସମାବେଶର ଚିତ୍ର ସାମ୍ନାକୁ ଆସିଛି। ଏହି ବିରୋଧ ସମାବେଶରେ ପାଖାପାଖି ଦୁଇହଜାରରୁ ଅଧିକ ଲୋକ ଓ ବିଜେପି କର୍ମୀମାନେ ସାମିଲ ହୋଇଥିଲେ।

ଚନା ଅନୁଯାୟୀ, ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ନିର୍ବାଚନମଣ୍ଡଳି ସଂଯୋଜକ ସୁଦର୍ଶନ ମହାନ୍ତଙ୍କ ସଂଯୋଜନାରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ମମିତା ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସତ୍ୟବ୍ରତ ନାଏକ, ଜିଲା ଯୁବମୋର୍ଜା ସଭାପତି ସବୀର ଦାଶ ପ୍ରମୁଖ ନୂତନ ପ୍ରାର୍ଥୀ ଦେବାକୁ ଦାବି କରିଥିଲେ। ମହିଳା ଆଦିବାସୀ ନେତ୍ରୀ ମମିତା ନାଏକ କହିଛନ୍ତି, ଆମେ ଏକ ଶୃଙ୍ଖଳିତ ଦଳର କର୍ମକର୍ତ୍ତା। ସଂଗଠନ ସହ ଜଡ଼ିତ ନଥିବା ବ୍ୟକ୍ତି ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ବକୁ ବିରୋଧ କରୁଛୁ । ତାଙ୍କୁ ଛାଡ଼ି ଦଳ ଯାହାକୁ ବି ପ୍ରାର୍ଥୀ କରିବ ସମସ୍ତେ କାର୍ଯ୍ୟ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ