Masthead

ସୋସିଆଲ ମିଡିଆର ପାୱାର, ୧୨ବର୍ଷ ପରେ ଦିଲ୍ଲୀରୁ ଉଦ୍ଧାର ହେଲେ ନିଖୋଜ ଝିଅ

ମାଥିଲି (ବଡ଼ ଖବର ବ୍ୟୁରୋ): ଘଟଣାଟି ପୂରା ଫିଲ୍ମ ଷ୍ଟୋରୀ ଭଳି । ମାଲକାନଗିରି ଜିଲ୍ଲା ମାଥିଲି ଥାନା କଦମଗୁଡା ଗାଁର ରଘୁନାଥ ଭୂମିଆଙ୍କ ଝିଅ ତୁଳସୀ ଭୂମିଆ ୧୨ବର୍ଷ ତଳେ ହଠାତ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ କୌଣସି ପତ୍ତା ମିଳିନଥିଲା ତୁଳସୀଙ୍କର । ସେତେବେଳେ ପରିବାର ଲୋକେ ଏକମାତ୍ର ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ । ଏପରିକି ଝିଅକୁ ଝୁରିଝୁରି ମା’ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।


ଗତ ମେ ମାସରେ ନିଖୋଜ ତୁଳସୀ କୌଣସି ଏକ ଫେସବୁକରେ ନିଜ ଗାଁର ଆଦିବାସୀ ନାଟକ ଦେଖିବାକୁ ପାଇଥିଲେ । ପରେ ସେହି ଫ୍ରୋଫାଇଲକୁ ଯାଇ ଫୋନ ନମ୍ବର ଯାଂଚ କରିଥିଲେ ତୁଳସୀ । ଫୋନ ନମ୍ବରଟି ଗାଁର ଘେନା ଭୂମିଆଙ୍କର ହୋଇଥିବା ଜାଣି ଲୁଚିଛପି କଥା ବର୍ତ୍ତା ହୋଇଥିଲେ । ତୁଳସୀ ନିଜ ଦୁଃଖ କାହାଣୀ ବଖାଣିଥିଲେ । କାନ୍ଦି କାନ୍ଦି କହିଥିଲେ ସେ ଦିଲ୍ଲୀରେ ଜଣେ ହୋଟେଲ ମାଲିକଙ୍କ ଘରେ ରୋଷେୟା ଭାବେ କାମ କରୁଛନ୍ତି । ଘରକୁ ଯିବାକୁ ମାଲିକଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ତାଙ୍କୁ ଛାଡୁନଥିବା କହିଥିଲେ ତୁଳସୀ ।


ତୁଳସୀଙ୍କ ବେଦନା ଭାରା କଥା ଶୁଣି ଘେନାଙ୍କ ହୃଦୟ ତରଳି ଯାଇଥିଲା । ସେ ସଂଗେ ସଂଗେ ତୁଳସୀଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରିବାର ଲୋକେ ମାଥିଲି ଥାନାରେ ପହଂଚି ପୋଲିସ ବାବୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ପରିବାର ଲୋକେ । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।


ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାର ପ୍ରସନ୍ନ କୁମାର ପ୍ରଧାନ, ତୁଳସୀଙ୍କ ଭାଇ ଚକ୍ର ଭୂମିଆ ପୋଲିସ ସହ ଦିଲ୍ଲୀରେ ପହଂଚିଥିଲେ । ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ ଓ ରେସିଡେଣ୍ଟ କମିଶନର ଘଟଣା ବିଷୟରେ ଜାଣିବା ପରେ ହୋଟେଲ ମାଲିକଙ୍କ ଘରେ ଚଢଉ କରିଥିଲେ । ସେଠାରୁ ତୁଳସୀଙ୍କୁ ଉଦ୍ଧାର କରାଯାଇଥିଲା । ଦୀର୍ଘଦିନ ପରେ ତୁଳସୀ ନିଜ ଗାଁକୁ ଫେରିଆସିଥିବା ବେଳେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାିଛନ୍ତି ପରିବାର ଲୋକେ । ତୁଳସୀ କିପରି ନିଖୋଜ ହେଲେ ଏବେ ବି ରହସ୍ୟ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ