Masthead

କଂଗ୍ରେସରେ ମିଶିଲେ ଏକାଧିକ ବିଜେଡି କର୍ମୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ବିଜୁ ଜନତା ଦଳରେ ଭିତିରିଆ ଫାଟ। ଫାଟକୁ ନେଇ କଂଗ୍ରେସ ଉଠାଇବା ପାରେ ଫାଇଦା ବୋଲି ଜୋର ଧରିଛି ଚର୍ଚ୍ଚା। ତିର୍ତ୍ତୋଲ ରାଜନୀତିରେ ବିଜୁ ଜନତା ଦଳର ନେତାଙ୍କ ମଧ୍ୟରେ ଟିକେଟ ବଣ୍ଟନ ନେଇ ଭିତିରିଆ ଗୋଷ୍ଠୀ କନ୍ଦଳ କୁହୁଳୁଥିବା ବେଳେ ଅଣଦେଖାକୁ ନେଇ ଅନ୍ୟ ଦଳକୁ ଆପଣାଉଛନ୍ତି ବିଜେଡି କର୍ମୀ। ଏଭଳି ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ । ତିର୍ତ୍ତୋଲ ବ୍ଲକର ଏକ ଘରୋଇ ମଣ୍ଡପରେ କଂଗ୍ରସର ହୋଇଥିବା ମିଶ୍ରଣ ପର୍ବରେ ୫୦ରୁ ଅଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିବା ଦେଖିବାକୁ ମିଳିଛି।

ବିସନପୁର ପଞ୍ଚାୟତର ଏକାଧିକ ମୁସଲିମ ସମ୍ପ୍ରଦାୟର ବରିଷ୍ଠ ବିଜେଡି କର୍ମୀ ବିଜେଡିର ଅଗଣତାନ୍ତ୍ରିକ ଶାସନ, ମୁସଲିମ କର୍ମୀମାନଙ୍କୁ ଅସହଯୋଗ ସହ ମୁସଲିମ ପରିବାରକୁ ଅଣଦେଖା, ମିଛ ପ୍ରତିଶ୍ରୁତି ଏବଂ ବିଜେଡି ବିଜେପିର ଅଘୋଷିତ ମେଣ୍ଟକୁ ବିରୋଧ କରି ବିଜୁ ଜନତା ଦଳ ତ୍ୟାଗ କରିଥିବା ନିଜର ମତ ରଖିଛନ୍ତି। ଆମେ ଚାହୁଁଛୁ ପରିବର୍ତ୍ତନ। ତିର୍ତ୍ତୋଲରେ ଉପନିର୍ବାଚନ ଠାରୁ ଅନବରତ ଭାବେ ହିମାଂଶୁ ଭୂଷଣ ମଲ୍ଲିକଙ୍କ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ, ତିର୍ତ୍ତୋଲ ଅଞ୍ଚବାସୀଙ୍କ ସ୍ୱାର୍ଥ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଦୋଳନ କରିଆସୁଛନ୍ତି । ତେଣୁ ତାଙ୍କର ଏଭଳି କାର୍ଯ୍ୟ ଦେଖି ଏକାଧିକ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିବ କଥା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ