Masthead

କ୍ଷତିପୂରଣ ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ହୀରାକୁଦ ନଦୀବନ୍ଧ ନିର୍ମାଣକୁ ସାତ ଦଶନ୍ଧି ବିତିଲାଣି । ତଥାପି ବିସ୍ଥାପିତଙ୍କୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେଉନାହାନ୍ତି । ଥଇଥାନ କଥା ପଚାରେ କିଏ? ଏବେ ବି ହଜାର ହଜାର ବିସ୍ଥାପିତ ପରିବାର କ୍ଷତିପୂରଣ ନପାଇ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ସରକାର ଏ ଦିଗରେ ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏହି ସମସ୍ୟା ଦିନକୁ ଦିନ ଜଟିଳ ହେଉଛି । ସରକାର ଏ ଦିଗରେ କୌଣସି ପଦକ୍ଷେପ ନନେଇ ନିରବ ରହିଛନ୍ତି ବୋଲି ସମିତି ଅଭିଯୋଗ କରିଛି । ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ସର୍ବସ୍ୱ ତ୍ୟାଗ କରିଥିବା ହୀରାକୁଦ ବିସ୍ଥାପିତ ପରିବାରଙ୍କ ପାଇଁ ସରକାର ଆଖିବୁଜି ବସିଥିବା ସମିତି କହିଛି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ପ୍ରତି ବିସ୍ଥାପିତ ପରିବାରର ସାବାଳକମାନଙ୍କ ନାମରେ ୧୦ ଡିସିମିଲି ଲେଖାଏଁ ଘରଜମି ପଟ୍ଟା ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ନିର୍ଦ୍ଦେଶନାମା ଅନୁସାରେ ପ୍ରତି ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଭୂମି ଆବଣ୍ଟନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ମାତ୍ର ଏକ ବର୍ଷ ପରେ ମଧ୍ୟ ଏକ ଲକ୍ଷ ଯୋଗ୍ୟ ପରିବାର ମଧ୍ୟରୁ କେବଳ ୨ହଜାର ପରିବାରକୁ ଜମି ଆବଣ୍ଟନ ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ