Masthead

କୋଭିଡ କଟକଣା: ଜନତାଙ୍କୁ ଜୁଲମ, ନେତାଙ୍କୁ ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଏବେସୁଦ୍ଧା କୋଭିଡକୁ ନେଇ ବିପଦ ଟଳିନି । ଏହାର ନୂଆ ଷ୍ଟ୍ରେନ ଲୋକଙ୍କୁ ଭୟବିତ କରିସାରିଲାଣି। ଏହା ଉପରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଗୋଟିଏ ମାସରେ ଦୁଇ ଥର ରୂପ ବଦଳାଉଛି ଭୂତାଣୁ । ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟରେ ବି କକୁଆ ଭୟ କୋକୁଆ ଭୟ ଦେଖ।।ଦେଇଛି । ବିଶେଷ କରି ଭୁବନେଶ୍ୱର ଯଦି ନୂଆ ଷ୍ଟ୍ରେନ ବ୍ୟାପେ ତାହା ମାରାତ୍ମକ ରୂପ ନେବାର ରହିଛି ଆଶଂକା । କାହିଁକି ନା ବ୍ରିଟେନରୁ ଓଡିଶାକୁ ଯେଉଁ ୬୧ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣରୁ ଅଧିକ ଏବେ ଭୁବନେଶ୍ୱରେ ଯାହା ଓଡ଼ିଶା ପାଇଁ ଆଗକୁ ଅଡ଼ୁଆ ବଢିବାର ସମ୍ଭାବନା କହିଛି । ଏହା ମଧ୍ୟରେ ଏଯାବତ୍ ରାଜ୍ୟରେ କୋଭିଡ କଟକଣା ବଳବତ୍ତର ରହିଛି ।

ରାଜ୍ୟରେ କୋଭିଡ୍ ଗାଇଡ ଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୨୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଏହାସହ ୬୭୩ ଟି ଗାଡ଼ି ଜବତ ହୋଇଛି । ସବୁଠୁ ବଡ଼ କଥାହେଲା ବିଗତ ୨୪ ଘଣ୍ଟାରେ ୧୯,୫୭,୬୫୦ ଟଙ୍କା ଜରିମାନା ସାଧାରଣ ଜନତାଙ୍କଠୁ ଆଦାୟ କରାଯାଇଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଯାହା ନିଶ୍ଚିତ ରୂପରେ ସ୍ୱାଗତ ଯୋଗ୍ୟ କିନ୍ତୁ ଏହି କଟକଣା କେବଳଯେ ସାଧାରଣ ଲୋକଙ୍କ ପାଇଁ ନା ନେତାଙ୍କ ପାଇଁବି ? ଏହାକୁ ନେଇ ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ନା ବିଗତ ଦିନମାନଙ୍କରେ ଆମେ ଦେଖିଆସିଛେ ଉପ-ନିର୍ବାଚନର ପ୍ରଚାର ହେଉକି ଦଳୀୟ କାର୍ୟ୍ୟକାରିଣୀ ବୈଠକ କିମ୍ବା ନେତାଙ୍କ ଜନ୍ମଦିନ ସେଲିବ୍ରେସନ ହେଉ ଏପର୍ୟ୍ୟନ୍ତ କୌଣସି ଯାଗାରେ ଆଖିଦୃଶିଆ କାର୍ୟ୍ୟାନୁଷ୍ଠାନ ନିଆଯାଇନି ।

ଗତକାଲି ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ରାଜ୍ୟବାପୀ ଦଳ ପକ୍ଷରୁ କରାଯାଇଥିଲା ପାଳନ । ବିଭିନ୍ନ ସ୍ଥାନରେ କୋଭିଡ ନିୟମର ଉଲ୍ଲଙ୍ଘନ ହୋଇଥିବା ନଜରକୁ ଆସିଥିଲା । ନେତାମାନେ କୋଭିଡ କଟକଣାକୁ ଫୁ କରିଦେଇଥିଲେ । ମଞ୍ଚରେ କୌଣସି ସାମାଜିକ ଦୂରତା ନଥିଲା, ମୁହଁରେ ମାସ୍କ ନଥିଲା। ସେପରି ସ୍ଥଳେ କାହା ଉପରେବି ଏଙ୍କାଟିଏବି ଫାଇନ ପଡିଥିବାର ନଜିର ନାହିଁ ।

ସାଧାରଣ ଲୋକ କୋଭିଡ ନିୟମ ଉଲଙ୍ଘନ କଲେ ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ । ଯାହାର ବହୁ ଜ୍ୱଳନ୍ତ ଉଦାହରଣ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆଜିର ତଥ୍ୟରୁ ଅନୁମେୟ ।ଏହିସବୁ କଟକଣା ଯେମିତି ଜନତାଙ୍କୁ ଜୁଲମ ଓ ନେତାଙ୍କୁ ନା ପରି ମନେହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ