ବେଙ୍ଗାଳୁରୁରୁ ଚୋରି, ସିମୁଳିଆରୁ ଗିରଫ, ୪ଲକ୍ଷ ଜବତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):ବେଙ୍ଗାଳୁରୁରୁ ଚୋରି କରି ପଳାଇ ଆସିଥିବା ଜଣେ ଯୁବକ ସିମୁଳିଆରୁ ଗିରଫ ହୋଇଛି । ତା’ ନିକଟରୁ ପୋଲିସ ୪ଲକ୍ଷ ଟଙ୍କା ଜବତ କରିଛି । ସିମୂଳିଆ ଥାନା ଅଞ୍ଚଳର ବିଶ୍ୱାମିତ୍ର ଆଚାର୍ଯ୍ୟ ବେଙ୍ଗାଲୁରୁରେ ଜୟନ୍ତ ରାଉତଙ୍କ ଔଷଧ ଦୋକାନରେ କାମ କରୁଥିଲେ । କିଛିଦିନ ତଳେ ବିଶ୍ୱାମିତ୍ର ଜୟନ୍ତଙ୍କ ଝିଅ ଏକୁଟିଆ ଥିବାର ସୁଯୋଗରେ ତାକୁ ମାଡ଼ ମାରି ୨୦ ଲକ୍ଷ ଟଙ୍କା,ଦୁଇଟି ସୁନାଚେନ୍ ,ଗୋଟିଏ ସୁନାମୁଦି ଚୋରି କରି ଫେରାର ହୋଇଯାଇଥିଲା । ବେଙ୍ଗାଲୁରୁ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ବିଶ୍ୱାମିତ୍ର ଚୋରି କରି ହାଇଦ୍ରାବାଦ ଚାଲି ଯାଇଥିଲେ । ଗତକାଲି ବେଙ୍ଗାଲୁରୁ ପୋଲିସ ସିମୁଳିଆରେ ପହଞ୍ଚିଥିଲା । ସିମୁଳିଆ ପୋଲିସ ସହାୟତ ବିଶ୍ୱାମିତ୍ରଙ୍କୁ ଖଇରା ଅଞ୍ଚଳରୁ ତାଙ୍କ ସର୍ମ୍ପକୀୟ ଭଉଣୀ ଘରୁ ଗିରିଫ କରିଥିଲା । ତଦନ୍ତ ପରେ ଚାଉଳ ଭିତରୁ ୪ଲକ୍ଷ ଟଙ୍କା ଜବତ କରିଛି ବେଙ୍ଗାଲୁରୁ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!