Masthead

ମୋ ସ୍ୱାମୀଙ୍କୁ ଫେରାଇ ଆଣ, ପଢନ୍ତୁ ପୂରା ଖବର

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ବର୍ଷେ ହେବ ଦାଦନ ଖଟିବାକୁ ଯାଇଛନ୍ତି । ଏଯାଏଁ ଫେରି ନାହାନ୍ତି । କିଛି ଖବର ମଧ୍ୟ ତାଙ୍କର ନାହିଁ । ତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ନୂଆଡିହି ପୁଖୁରାମାଲ ଗାଁର ହରି ପିଙ୍କ । ଦାଦନ ଖଟିବାକୁ ସୁଦୁର ଗୋଆକୁ ଯାଇଥିଲେ ହରି । ବର୍ଷେ ବିତିଯାଇଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ । ନିଖୋଜ ସ୍ୱାମୀଙ୍କୁ ଫେରାଇ ଆଣିବା ଲାଗି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସୁଭାସିନୀ । ନିଖୋଜ ସ୍ୱାମୀଙ୍କ ସନ୍ଧାନ ଲାଗି ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି ସୁଭାସିନୀ ।

ନୂଆଡିହି ପୁଖୁରାମାଲ ଗାଁର ଜଣେ ବ୍ୟକ୍ତିଙ୍କ ସହ ହରି ଗୋଆର ପୁଞ୍ଜିକୁ ଦାଦନ ଖଟିବାକୁ ଯାଇଥିଲେ । ଯିବାର ମାତ୍ର ଦୁଇଦିନ ପରେ ନେଇଥିବା ବ୍ୟକ୍ତି ସୁଭାସିନୀଙ୍କୁ ଫୋନ କରି କହିଥିଲା ଯେ ତମ ସ୍ୱାମୀ ପାଗଳ ହୋଇ କେଉଁଆଡ଼େ ଚାଲିଯାଇଛନ୍ତି । ଯାହାକୁ ସହଜରେ ହଜମ କରିପାରିନଥିଲେ ସୁଭାସିନୀ । ଏନେଇ ମହୁଲପାଲି ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିମ୍ବା ଶ୍ରମ ବିଭାଗର ନିଷ୍କିୟତା ସୁଭାସିନୀଙ୍କୁ ବ୍ୟଥିତ କରିଛି ।
ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସୁଭାସିନୀ । ଦଲାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ହରିଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ସୁଭାସିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା!