ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଲମ୍ବନ ପରେ ବଦଳିଲା ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ । ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଏବେ ହେଲା F୧19 । ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14, ଏବେ ହେଲା F21 । ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଛି । ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡଙ୍କ ସିଟ୍ । ଉଭୟଙ୍କୁ ବିଜେଡିରୁ ନିଲମ୍ୱନ କରାଯାଇଛି ।
ସେପଟେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପରେ ରାଜନୀତି ଥମିବ କଣ ବରଂ ତେଜିବାରେ ଲାଗିଛି । ଅରବିନ୍ଦ ଆଜି ସାଂଘାତିକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବିଜେଡିର ଅନେକ ନେତା ଏବେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେମାନେ ନିଲମ୍ବନ କଥା ଶୁଣି ଆଶ୍ଚର୍ୟ୍ୟ ହେଉଥିବା କହିଛନ୍ତି ଅରବିନ୍ଦ। ଗତ ୧୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶରେ ଅରବିନ୍ଦଙ୍କ ବିରୋଧରେ ବିଶାଳ ସଭା କରିଥିଲା ବିଜେଡି । ଅରବିନ୍ଦଙ୍କ ବିରୋଧରେ ବିଷ ଓଗାଳିଥିଲା ବିଜେଡି । ଏହାକୁ କାଉଣ୍ଟର କରି ବୟାନ ଦେଇଛନ୍ତି ଅରବିନ୍ଦ ।
