Masthead

ଆଜିଠୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ସିବିଏସ୍ ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ। ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ । ପ୍ରଥମ ବୋର୍ଡରେ ୩ଟି କିମ୍ବା ତାଠୁ ଅଧିକ ପେପର ଦେଇ ନଥିଲେ ଅନୁମତି ମିଳିବନି । ପ୍ରଥମ ବୋର୍ଡ ପରୀକ୍ଷା ନଦେଲେ ଏସେନସିଆଲ ରିପିଟ ବର୍ଗରେ ରହିବେ । ଏସେନସିଆଲ ରିପିଟ ବର୍ଗରେ ରହିଲେ ସେମାନେ ପରବର୍ଷ ପରୀକ୍ଷା ଦେବେ । ସିବିଏସ୍ଇ ପରୀକ୍ଷା ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନରେ ଦଶମ ଶ୍ରେଣୀର ଗଣିତ (ଉଭୟ ଷ୍ଟାଣ୍ଡାର୍ଡ ଓ ବେସିକ୍) ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀର ବାୟୋଟେକ୍ନୋଲୋଜି ଓ ଇଣ୍ଟରପ୍ରେନରସିପ୍ ପାଇଁ ପରୀକ୍ଷା ହେବ ।

ଦଶମ ଶ୍ରେଣୀର ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସ୍ଇ ଦେଇଥିବା ସ୍ପଷ୍ଟୀକରଣ ଅନୁଯାୟୀ, ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାର୍କରେ ଉନ୍ନତି ଆଣିବା ପାଇଁ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେବାକୁ ଅନୁମତି ମିଳିବ । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ଭାଷା ବିଷୟ ମଧ୍ୟରୁ ଯେକୌଣସି ୩ଟି ବିଷୟରେ ଉନ୍ନତି ଆଣିବା ଲାଗି ଦ୍ୱିତୀୟ ବୋର୍ଡ ପରୀକ୍ଷାର ଅନୁମତି ଦିଆଯିବ । ଯଦି କୌଣସି ଶିକ୍ଷାର୍ଥୀ ପ୍ରଥମ ବୋର୍ଡ ପରୀକ୍ଷାରେ ଉପସ୍ଥିତ ନଥିଲେ ତାଙ୍କୁ ଦ୍ୱିତୀୟ ବୋର୍ଡ ପରୀକ୍ଷାରେ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ଶିକ୍ଷାର୍ଥୀର ପ୍ରଥମ ପରୀକ୍ଷାରେ ଫଳ କମ୍ପାର୍ଟମେଣ୍ଟ ହୁଏ ତେବେ ତାକୁ ଦ୍ୱିତୀୟ ପରୀକ୍ଷାରେ କମ୍ପାର୍ଟମେଣ୍ଟ ବର୍ଗରେ ପରୀକ୍ଷା ପାଇଁ ଅନୁମତି ମିଳିବ। ଏନେଇ ଏକ ବିଜ୍ଞପ୍ତି ସହ ନିର୍ଦ୍ଦେଶାବଳୀ ଜାରି କରିଛି ସିବିଏସ୍ଇ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି