Masthead

ମହିଳାଙ୍କ ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆଣିବ ‘ସାଞ୍ଚି’

ପୁରୀ(ବଡ଼ ଖବର ବ୍ୟୁରୋ): ମହିଳାଙ୍କ ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆଣିବା ଏବଂ ମାସିକ ଋତୁସ୍ରାବର ସ୍ୱଚ୍ଛତା ପାଇଁ ମିଶନ ଆରମ୍ଭ କରିଛି। ଶ୍ରୀ ମେଟାଲିକ ପ୍ରାୟୋଜିତ ‘ସାଞ୍ଚି’ । ଶ୍ରୀ ମେଟାଲିକ ଅଧୀନରେ କାର୍ଯ୍ୟ କରୁଥିବା ଦ୍ରୌପଦୀ ଦେବୀ କଲ୍ୟାଣ ସଂଗଠନ ଜରିଆରେ ସଞ୍ଚି କାର୍ଯ୍ୟ କରୁଛି । ଓଡ଼ିଶାରେ ମହିଳା ସମାଜକୁ ମଜବୁତ କରିବା ସହ ସେମାନଙ୍କର ଶିକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦେଉଛି ସାଞ୍ଚି। ବିଶେଷ ଭାବରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସଶକ୍ତ କରିବା ଲକ୍ଷ୍ୟରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ନିର୍ମିତ ଉଚ୍ଚମାନର ସାନିଟାରୀ ପ୍ୟାଡ଼ ଯୋଗାଇ ଦିଆାଉଛି । ମହିଳାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି କରିବାକୁ ‘ସାଞ୍ଚି ‘ ଲକ୍ଷ୍ୟ ରଖିଛି।

ସାଞ୍ଚି ର ପ୍ରକଳ୍ପ ନିଦେ୍ଦଶିକା ଶାଳିନୀ କୈଶିକ କହିଛନ୍ତି ଋତୁସ୍ରାବର ସ୍ୱଛତା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ସାଞ୍ଚି’ର ଉନ୍ମୋଚନ ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ । ମହିଳା ସଶକ୍ତିକରଣ ଓ ସମ୍ପ୍ରଦାୟର ବିକାଶ ପ୍ରତି ଏହି ବହୁମୁଖୀ ଆଭିମୁଖ୍ୟ ହିତାଧିକାରୀଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବ । ୨୦୦୨ ରେ ଶ୍ରୀ ମେଟାଲିକ ଲିମିଟେଡ଼ ଦ୍ୱାରା ପ୍ରତିଷ୍ଠିତ DDWO  ଏକ ଅଣ ଲାଭକାରୀ ସଂଗଠନ । ଏହି ସଂସ୍ଥା ଚାରୋଟି ବିଦ୍ୟାଳୟ ପରିଚାଳନା କରେ । ବିଦ୍ୟାଳୟଗୁଡିକ ନର୍ସରୀ ଠାରୁ ଆରମ୍ଭ କରି ମାଧ୍ୟମିକ ସ୍ତର ପର୍ୟ୍ୟନ୍ତ ଶିକ୍ଷା, ସଂଗୀତ, କଳା ଓ ସଂସ୍କୃତି ଶିକ୍ଷା ପ୍ରଦାନ କରିବା ସହିତ ଭିନ୍ନକ୍ଷମମାନଙ୍କ ପାଇଁ ଶିକ୍ଷା ଏବଂ ସହାୟତା ପ୍ରଦାନ କରିଥାଏ । ସାଞ୍ଚି ଏବଂ ଏହାର ମିଶନ ବିଷୟରେ ଅଧିକ ସୂଚନା ପାଇଁ www.mysaanchi.com ପରିଦର୍ଶନ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା