Masthead

ବୁଲା କୁକୁରଙ୍କ ଆତଙ୍କ

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ):ବୁଲା କୁକୁରଙ୍କ ଆତଙ୍କ । କୁକୁର ଭୟରେ ଦୁର୍ଘଟଣା । ରାସ୍ତାରେ ଯାଉଥିବା ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି କୁକୁର । ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଦେଖନ୍ତୁ ଏ ଦୃଶ୍ୟ ସ୍କୁଟିରେ ଯାଉଥିଲେ ୨ମହିଳା ଓ ଜଣେ ଶିଶୁ । ହଠାତ୍ ପଲେ କୁକୁର ଗୋଡ଼ାଇବାରୁ ନିଜକୁ କୁକୁରଙ୍କଠାରୁ ବଞ୍ଚାଇବାକୁ ରାସ୍ତାକଡ଼ରେ ଠିଆ ହୋଇଥିବା କାରରେ ପିଟିହେଲା ସ୍କୁଟି। କାର୍‌ ସହ ଧକ୍କା ହେବା ପରେ ୨ମହିଳା ଛିଟିକି ପଡ଼ିଥିଲେ । ବ୍ରହ୍ମପୁର ଗାନ୍ଧିନଗର ସପ୍ତମ ଗଳିର ସିସିଟିଭି ଫୁଟେଜ। ଆହତ ମାନେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି କର୍ଣ୍ଣାଟକରୁ ମଧ୍ୟ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ହସ୍ପିଟାଲରେ ନବଜାତକୁ ଝୁଣି ମାରିଦେଲା ବୁଲା କୁକୁର । କର୍ଣ୍ଣାଟକାର ଶିବମଥଗା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଘଟିଛି ଏଭଳି ଘଟଣା। ପ୍ରସୁତି ୱାର୍ଡ ନିକଟରେ ଜଣେ ନବଜାତକୁ ଝୁଣି ମାରି ଦେଇଛି ଗୋଟିଏ ବୁଲା କୁକୁର। କୁକୁରଟି ୱାର୍ଡ ଭିତରୁ ଛୁଆକୁ ନେଇ ଦୌଡ଼ି ଯାଉଥିବା ବେଳେ ସିକ୍ୟୁରିଟି କୁକୁରଟିକୁ ଗୋଡ଼ାଇ ଥିଲେ । ଏହାପରେ ସିକ୍ୟୁରିଟି ଗାର୍ଡମାନେ କୁକୁରଟି ପ୍ରସୁତୀ ୱାର୍ଡରୁ ଜଣେ ନବଜାତକୁ ନେଇ ଚାଲି ଯାଉଥିବା ଜାଣିବାକୁ ପାଇଥିଲେ। କୁକୁର କାମୁଡ଼ାରେ ରକ୍ତାକ୍ତ ହୋଇ ସାରିଥିବା ନକଜାକୁ ସେମାନେ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ନେଇଥିଲେ। ହେଲେ ସେତେବେଳକୁ ତା’ର ମୃତ୍ୟୁ ଘଟି ସାରିଥିଲା। କୁକୁର କାମୁଡ଼ିବା ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଥିଲା ନା ମୃତ ଶିଶୁଟିକୁ କୁକୁର ଟେକି ନେଇ ଯାଉଥିଲା, ସେକଥା ଜାଣିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି