Masthead

ସରପଞ୍ଚଙ୍କ ଆତ୍ମହୁତି ଧମକ

ପାରାଦୀପ (ବଡ଼ ଖବର ବ୍ୟୁରୋ): ସରପଞ୍ଚ ବିଡିଓଙ୍କ ମଧ୍ୟରେ ବିବାଦ । ଆତ୍ମହୁତି ଦେବେ ସରପଞ୍ଚ। ଦେହରେ କିରୋସିନ୍ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବା ପାଇଁ ଚେତାବନୀ। ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସେଠୀ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ କିଛିଦିନ ହେବ କୁଜଙ୍ଗ ବିଡିଓ ଦିପକ ପ୍ରସାଦ ସ୍ବାଇଁ ଓ ସରପଞ୍ଚ ସରୋଜ ସେଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଯାହା ଫଳରେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ପ୍ରଭାବ ପଡିବା ସହିତ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ।

ଏମିତିକି ବିଡିଓ ବାରମ୍ବାର ଅପମାନଜନକ ଶଦ୍ଦ ବ୍ୟବହାର କରିବା ସହିତ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବା ନେଇ ସରପଞ୍ଚ ସରୋଜ କୁମାର ସେଠୀ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାଙ୍କ ବିବୃତ୍ତି ରଖିଛନ୍ତି। ପୂର୍ବ ସରକାର ସମୟରେ ଏକ ପ୍ରୋଜେକ୍ଟ ଆପ୍ରୁଭାଲ କରିବାକୁ ନେଇ ବିଡିଓ ସରୋଜଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ କାମ ହୋଇ ପାରୁ ନାହିଁ କିମ୍ବା ଟଙ୍କା ଫେରସ୍ତ ଦେଉନାହାନ୍ତି।

ଏନେଇ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଶେଷରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କୁ ଲିଖିତ ପତ୍ର ମାଧ୍ୟମରେ ଅବଗତ କରାଇବା ସହିତ ଆଗାମୀ ୧୫ଦିନ ମଧ୍ୟରେ ଏହାର କୌଣସି ସମାଧାନ ନହେଲେ ବାଧ୍ୟ ହୋଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ୍ ଢାଳି ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା