୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଚିତାଲାଗି ଅମାବାସ୍ୟା । ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଚିତା ଲାଗି ନୀତି କାରଣରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଆଜି ମହାପ୍ରଭୁଙ୍କ ମସ୍ତକରେ ଲାଗି ହେବ ସୁବର୍ଣ୍ଣ ଚିତା । ଏହି ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି ସମ୍ପନ୍ନ ହେବ । ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନଚିତାକୁ ଆଜି ଲଗାଇବେ । ଜଗନ୍ନାଥଙ୍କୁ ଶୁଭ୍ରହୀରା, ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି ହୋଇଥାଏ ।

ହୀରା ଲୀଳା ଓ ମଣି ମାଣିକ୍ୟରେ ଏହି ଚିତାକୁ ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓସ୍ୱ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ଏଥିସହ ସମୁଦ୍ର ମନ୍ଥନରେ ଯେଉଁ ମାଣିକ୍ୟ ବାହାରିଥିଲା ତାକୁ ବରୁଣ ରାଜା ଦାନ କରିଥିଲେ ଯାହା ଫଳରେ ସେଗୁଡ଼ିକୁ ଆଜି ତାକୁ ଲାଗି କରାଯିବ । ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ ସେବାୟତମାନେ ତିନିବାଡ଼ରେ ମଇଲମ କରିବେ । ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ