Masthead

ସାମଲଙ୍କୁ ଅକଳରେ ପକାଇ ଫେରିଗଲେ ଶାହା

ଖାଲି ଦଳର ସଭାପତି ନୁହେଁ, ତୃଣମୂଳ ସ୍ତରରେ ବିଜେଡି ସହ ଜୋରଦାର ଫାଇଟ କରୁଥିବା କର୍ମୀ ବି ଦ୍ୱନ୍ଦ୍ୱରେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି କରିବ ତ କଣ କରିବ । ଲଢ଼ିବ ନା ଲଢ଼ିବନି? ଅମିତ ଶାହା, ଯାହାଙ୍କୁ ବିଜେପି ନିଜ ସଂଗଠନର ଚାଣକ୍ୟ କହେ, ଆଉ ଚାଣକ୍ୟ ଯଦି ଶତ୍ରୁଙ୍କୁ ନିର୍ବାଚନୀ ବର୍ଷରେ ଆକ୍ରମଣ ନ କରି ପ୍ରଶଂସା କରି ଯାଆନ୍ତି, ତେବେ ସେହି ଅବସ୍ଥାକୁ କୁହାଯିବ ତ କଣ କୁହାଯିବ? ଏବେ ଓଡ଼ିଶାରେ ଏମିତି ଅବସ୍ଥାରେ ପହଂଚିଛି ବିଜେପି । ଏକଥା ସମସ୍ତେ ଜାଣିଛନ୍ତି, ଓଡ଼ିଶାରେ ବିଜେଡିର ମୁଖ୍ୟ ବିରୋଧୀ ହେଉଛି ବିଜେପି ।

କଂଗ୍ରେସ ଦୁର୍ବଳ ଅବସ୍ଥାରେ ଥିବାରୁ ୨୦୨୪ରେ ବିଜେପି-ବିଜେଡି ମଧ୍ୟରେ ଟକ୍କରର ସମ୍ଭାବନା ଦେଖୁଥିଲେ ସମସ୍ତେ । ସମୀର ମହାନ୍ତିଙ୍କ ବଦଳିବା, ନବୀନଙ୍କ କଟ୍ଟର ବିରୋଧୀ ମନମୋହନ ସାମଲ ସଭାପତି ହେବାରୁ ଆଭାସ ମିଳୁଥିଲା ୨୦୧୯ ନିର୍ବାଚନ ପରର ସମର୍ଥନ ରାଜନୀତି ଛାଡି ପୁଣି ବିଜେପି-ବିଜେଡି ଶତ୍ରୁ ସାଜିବେ । ଅନ୍ତତଃ ନିର୍ବାଚନ ସରିବା ଯାଏଁ ।

ହେଲେ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ କେନ୍ଦ୍ର ବିଜେପି-ବିଜେଡିର ଯେଉଁ ସମୀକରଣ ସାମ୍ନାକୁ ଆସୁଛି ତାହା ରାଜ୍ୟ ବିଜେପି ଓ ଏହାର ସଭାପତି ମନମୋହନ ସାମଲଙ୍କୁ ଅକଳରେ ପକାଇଦେଇଛି । ଖାଲି ଦଳର ସଭାପତି ନୁହେଁ, ତୃଣମୂଳ ସ୍ତରରେ ବିଜେଡି ସହ ଜୋରଦାର ଫାଇଟ କରୁଥିବା କର୍ମୀ ବି ଦ୍ୱନ୍ଦ୍ୱରେ ।

ତେବେ ନବୀନଙ୍କୁ ଶାହାଙ୍କ ପ୍ରଶଂସା ସରକାରୀ କାର୍ଯ୍ୟକ୍ରମ ଆଧାରରେ ଥିଲା । ପରେ କିନ୍ତୁ ସେ ପାର୍ଟି ଅଫିସ ଆସି ବିଜୟ ମନ୍ତ୍ର ଦେଇଥିବା ବିଜେପି ନେତାମାନେ କହିଛନ୍ତି ।ସେପଟେ ଏଭଳି ସ୍ଥିତି ଦେଖି ଆକ୍ଟିଭ ହୋଇଛି କଂଗ୍ରେସ । ବିଜେପି-ବିଜେଡି ଲଢେଇର ବାହାନା କରୁଛନ୍ତି ବୋଲି କଂଗ୍ରେସ କହିଛି । ସେପଟେ ଏତେ ପରେ ବି ବିଜେଡି କହୁଛି, ଆମେ ବିଜେପିଠାରୁ ଦୂରରେ ଅଛୁ । ଦୂରରେ ରହିବୁ ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ଲଢେଇ ତୀବ୍ର ହୋଇଥିଲା । ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ସଭାରେ ଜୋରଦାର ସମାଲୋଚନା କରିଥିଲେ । ନିର୍ବାଚନ ପରେ କିନ୍ତୁ ସ୍ଥିତି ବଦଳିଗଲା । ରାଜ୍ୟ ବିଜେପି ନବୀନଙ୍କୁ ଟାର୍ଗେଟ କରୁଥିବା ବେଳେ କେନ୍ଦ୍ର ବିଜେପି ନେତା କିନ୍ତୁ ପ୍ରଶଂସାରେ ପୋତି ଚାଲିଛନ୍ତି । ତେଣୁ ବିଜେଡି ସହ କେଉଁଭଳି ଲଢେଇ କରିବ ରାଜ୍ୟ ବିଜେପି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ