Masthead

‘ମୁଖ୍ୟମନ୍ତ୍ରୀ ଜନପ୍ରତିନିଧିମାନଙ୍କୁ ବିଶ୍ୱାସ କରି ପାରୁନାହାନ୍ତି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଫାଇଭି ଟି ସଚିବଙ୍କୁ ପୁଣି ବିଜେପିର ଟାର୍ଗେଟ । କାହିଁକି ମୁଖ୍ୟ ଶାସନ ସଚିବ ଡିଓପିଟି ଚିଠି ଉତ୍ତର ଦେଉ ନାହାନ୍ତି ବୋଲି ପ୍ରଶ୍ନ କଲା ଦଳ । ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । କହିଛନ୍ତି ବିଜେଡି ବିଧାୟକ, ସାଂସଦ, ଜନ ପ୍ରତିନିଧିମାନେ କଣ ଗୌଣ ହୋଇଗଲେ କି । ମୁଖ୍ୟମନ୍ତ୍ରୀ ଆଉ କଣ ଜନ ପ୍ରତିନିଧିମାନଙ୍କୁ ବିଶ୍ଵାସ କରି ପାରୁ ନାହାଁନ୍ତି କି ? ସଚିବଙ୍କ ପାଇଁ ଚେୟାର ପକାଇବା କେବଳ ମନ୍ତ୍ରୀ ଓ ସାଂସଦ ମାନଙ୍କର କାମ ବୋଲି ଲୋକମାନେ କହିଲେଣି ।

୫ଟି ସଚିବଙ୍କ ପାଇଁ କେତେ ଲୋକ ଆଣିବେ କେମିତି ପରିଚାଳନା କରିବେ ସେଥିପାଇଁ ବିଜେଡି ତାର ନେତାମାନଙ୍କୁ ଦାୟିତ୍ୱ ଦେଉଥିବାର କଡା ସମାଲୋଚନା କଲା ବିଜେପି । କେନ୍ଦ୍ର ସରକାରଙ୍କ ଡିଓପିଟି ବିଭାଗର ଚିଠି ଉତ୍ତର ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମୁଖ୍ୟ ଶାସନସଚିବଙ୍କ ନୀରବତା ସୂଚାଉଛି ରାଜ୍ୟରେ ଶାସନ ବ୍ୟବସ୍ଥା ପଙ୍ଗୁ ହୋଇ ଯାଇଛି । ମୁଖ୍ୟ ଶାସନସଚିବ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ।

ଯାହା ଖବର ଅଛି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମିଳିବା ପରେ ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାରଙ୍କ ପାଖରେ ପଡି ରହିଛି । ସୁରେନ୍ଦ୍ର କୁମାର ଏହାକୁ ଚାପି କି ବସି ପଡିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ଜଣେ ସରକାରୀ ଅଫସିରଙ୍କ ସୁରକ୍ଷା ପାଇଁ ବାହାରିବା ଦୁର୍ଭାଗ୍ୟଜନକ । ଦେବୀ ମିଶ୍ର ବି ଅଫିସରଙ୍କ ସୁରକ୍ଷାରେ ବାହାରିବା ପୂର୍ବରୁ ନିଜ ବିବେକ କୁ ନିଜେ ଥରେ ପଚାରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ