Masthead

‘ମୁଖ୍ୟମନ୍ତ୍ରୀ ଜନପ୍ରତିନିଧିମାନଙ୍କୁ ବିଶ୍ୱାସ କରି ପାରୁନାହାନ୍ତି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଫାଇଭି ଟି ସଚିବଙ୍କୁ ପୁଣି ବିଜେପିର ଟାର୍ଗେଟ । କାହିଁକି ମୁଖ୍ୟ ଶାସନ ସଚିବ ଡିଓପିଟି ଚିଠି ଉତ୍ତର ଦେଉ ନାହାନ୍ତି ବୋଲି ପ୍ରଶ୍ନ କଲା ଦଳ । ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । କହିଛନ୍ତି ବିଜେଡି ବିଧାୟକ, ସାଂସଦ, ଜନ ପ୍ରତିନିଧିମାନେ କଣ ଗୌଣ ହୋଇଗଲେ କି । ମୁଖ୍ୟମନ୍ତ୍ରୀ ଆଉ କଣ ଜନ ପ୍ରତିନିଧିମାନଙ୍କୁ ବିଶ୍ଵାସ କରି ପାରୁ ନାହାଁନ୍ତି କି ? ସଚିବଙ୍କ ପାଇଁ ଚେୟାର ପକାଇବା କେବଳ ମନ୍ତ୍ରୀ ଓ ସାଂସଦ ମାନଙ୍କର କାମ ବୋଲି ଲୋକମାନେ କହିଲେଣି ।

୫ଟି ସଚିବଙ୍କ ପାଇଁ କେତେ ଲୋକ ଆଣିବେ କେମିତି ପରିଚାଳନା କରିବେ ସେଥିପାଇଁ ବିଜେଡି ତାର ନେତାମାନଙ୍କୁ ଦାୟିତ୍ୱ ଦେଉଥିବାର କଡା ସମାଲୋଚନା କଲା ବିଜେପି । କେନ୍ଦ୍ର ସରକାରଙ୍କ ଡିଓପିଟି ବିଭାଗର ଚିଠି ଉତ୍ତର ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମୁଖ୍ୟ ଶାସନସଚିବଙ୍କ ନୀରବତା ସୂଚାଉଛି ରାଜ୍ୟରେ ଶାସନ ବ୍ୟବସ୍ଥା ପଙ୍ଗୁ ହୋଇ ଯାଇଛି । ମୁଖ୍ୟ ଶାସନସଚିବ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ।

ଯାହା ଖବର ଅଛି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମିଳିବା ପରେ ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାରଙ୍କ ପାଖରେ ପଡି ରହିଛି । ସୁରେନ୍ଦ୍ର କୁମାର ଏହାକୁ ଚାପି କି ବସି ପଡିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ଜଣେ ସରକାରୀ ଅଫସିରଙ୍କ ସୁରକ୍ଷା ପାଇଁ ବାହାରିବା ଦୁର୍ଭାଗ୍ୟଜନକ । ଦେବୀ ମିଶ୍ର ବି ଅଫିସରଙ୍କ ସୁରକ୍ଷାରେ ବାହାରିବା ପୂର୍ବରୁ ନିଜ ବିବେକ କୁ ନିଜେ ଥରେ ପଚାରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା