Masthead

୪୬ଲକ୍ଷ ଟଙ୍କାର କାମ ୪୬ ଦିନରେ ଶୋଚନୀୟ

କୃଷ୍ଣପ୍ରସାଦ, (ବଡ଼ ଖବର ବ୍ୟୁରୋ) : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ ବାହାରିଛି ଦୁର୍ନୀତିର ଗନ୍ଧ । ଉନ୍ନୟନ ବାବଦରେ ଆସୁଥିବା ସରକାରୀ ଟଙ୍କା ଠିକରେ ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି କୃଷ୍ଣପ୍ରସାଦ ବ୍ଲକ ବ୍ରାହ୍ମଣଦେଓ-କୁମାରପୁର ଗାଁରୁ ।

ବ୍ରାହ୍ମଣଦେଓ-କୁମାରପୁର ଲୁଣାବନ୍ଧ ରୋଡ଼ ନିର୍ମାଣର କିଛି ମାସ ନପୁରୁଣୁ ରାସ୍ତାରୁ ମେଣ୍ଟାଲ ଉଠିଗଲାଣି । ୪୬ଲକ୍ଷ ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ରାସ୍ତା କାମର ଦୁଇମାସ ଭିତରେ ରାସ୍ତାରୁ ମେଟାଲ ଉଠିଗଲାଣି । ଖାଲି ସେତିକି ନୁହେଁ ଏଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ । ଏହି ରାସ୍ତା ଦେଇ ଗାଡ଼ି ଯିବା ତ ଦୂରର କଥା ଚାଲ ଚାଲି ଯିବା ବି କଷ୍ଟକର । ସରକାରୀ ବାବୁଙ୍କ ପ୍ରୋତ୍ସାହନରେ ନିମ୍ନମାନର କାମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହା କେବଳ ଗୋଟିଏ ଘଟଣା ନୁହେଁ । କୃଷ୍ଣପ୍ରସାଦ ବ୍ଲକରେ ଏମିତି ଅନେକ ଲୁଣାବନ୍ଧ ରାସ୍ତା ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ସିଆଳ-ରତାମାଟି ଗାଁ ଲୁଣାବନ୍ଧ ରାସ୍ତାର ଦୁର୍ନୀତି ସମ୍ପର୍କରେ “ବଡ଼ ଖବର’ରେ ଖବର ପ୍ରସାରଣ ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା । ଏବେ ଆଉ ଏକ ଦୁର୍ନୀତି କଥା ସମ୍ନାକୁ ଆସିଛି ।
କୃଷ୍ଣପ୍ରସାଦ ବ୍ଲକ ଚିଲିକା ଟାପୁରେ ଥିବା ଲୋକମାନଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକାରେ ଏହି ଅର୍ଥ ଆତ୍ମସାତ ହେଉଥିବା ବାରି ହୋଇପଡୁଛି । ଏମିତି ଦୁର୍ନୀତି ଖୋର ସରକାରୀ ବାବୁ ଓ ଠିକାଦାରଙ୍କ ବିରୁଦ୍ଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ