Masthead

ବାଇକ୍ ଚୋରି ରାକେଟ୍ ଠାବ, ୩ ଗିରଫ

ମୁରିବାହାଲ (ବଡ଼ ଖବର ବ୍ୟୁରୋ): ବାଇକ୍ ଚୋରି ରାକେଟ୍ ଠାବ କରିବାରେ କଣ୍ଟାବାଞ୍ଜି ପୋଲିସକୁ ମିଳିଛି ବଡ ସଫଳତା । ୭ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନସ୍ଥ ରେଙ୍ଗାଲି ଗାଁର କୁଞ୍ଜବିହାରୀ ଜାଲ ତାଙ୍କର ହିରୋ ଗ୍ଲେମର ମୋଟର ସାଇକେଲ ଚୋରି ହୋଇଥିବାର ଗତ ୬ ସେପ୍ଟେମ୍ବର ଦିନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ତଦନ୍ତକରି ତୁରେକେଲା ଥାନା ରାମୁଡ ଗାଁର ଶିବ ପଧାନଙ୍କଠାରୁ ୪ମୋଟର ସାଇକେଲ, କଣ୍ଟାବାଞ୍ଜି ଥାନା କୁକୁଡ଼ାହାଡ଼ ଗାଁର ପ୍ରଭାତ ବେହେରାଙ୍କଠାରୁ ୨ବାଇକ ଓ ହୀରାରାଲ ପୁଟେଲଙ୍କ ଠାରୁ ୧ ମୋଟର ସାଇକେଲ ଜବତ କରିଛି ପୋଲିସ । କିଛି ଦିନ ତଳେ ଏକ ବଡ ମୋଟର ସାଇକେଲ ଚୋରା ଗ୍ୟାଙ୍ଗକୁ ଠାବ କରିଥିବା ବେଳେ ଆଜି ପୁଣି ଥରେ ସାତଟି ମୋଟର ସାଇକେଲ ଜବତ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୋଲିସ । ମୋଟର ସାଇକେଲ ଗୁଡିକ ତୁରେକେଲା , ବେଲପଡା ଓ ମୁରିବାହାଲ ଥାନା ଅଞ୍ଚଳରୁ ଥିବା ମଧ୍ୟ ଜଣାପଡିଛି । ଆହୁରି ଏ ବିଷୟରେ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’