Masthead

ଶାହାଙ୍କ ‘ମିଶନ ମଣିପୁର’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ମଣିପୁରରେ ଶାନ୍ତି ଫେରାଇବା ପାଇଁ ‘ମିଶନ ମଣିପୁର’ ଜାରି ରଖିଛନ୍ତିକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାନ୍ତି ଫେରାଇ ଆଣିବାପାଇଁ ଶାହ ତୁହାକୁ ତୁହା ଶାନ୍ତି ବୈଠକ କରୁଛନ୍ତି। ମୈତେଇ ଏବଂ କୁକି ଆଦିବାସୀ ବହୁଳ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ଶାହା ମୋଟ ୯ଟି ଶାନ୍ତି ବୈଠକ କରିଛନ୍ତି। ସେପଟେ ଶାହା କୁକି ପ୍ରତିନିଧିଙ୍କୁ ଭେଟିଛନ୍ତି ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ମୋରେରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଶାହ ଏନେଇ ଏକ ଟ୍ୱିଟ୍‌ କରି ଶାନ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା କହିଛନ୍ତି।

ଅନ୍ୟପଟେ ମଣିପୁରରେ ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ଥାନା, ଅସ୍ତ୍ରାଗାର ଓ ସୁରକ୍ଷା ବାହିନୀ ଶିବିରରୁ ପ୍ରାୟ ୪ ହଜାର ବନ୍ଧୁକ ଚୋରି ହୋଇଯାଇଛି। ଲୁଟ୍‌ ହୋଇଥିବା ଅସ୍ତ୍ରରେ ଏକେ ସିରିଜ୍‌ ବନ୍ଧୁକ, ଏମ୧୬ ରାଇଫଲ୍‌, କାର୍ବାଇନ୍‌ସ ଏବଂ ପିସ୍ତଲ ରହିଛି। ଏହି ଅସ୍ତ୍ରଗୁଡ଼ିକୁ ମିଆଁମାରର କିଛି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଯୋଗାଣ କରାଯାଇଛି ବୋଲି ଅନୁମାନ କରାଯାଉଛି। କିଛି ଅସ୍ତ୍ର ମିଆଁମାର ଆତଙ୍କବାଦୀ ଗୋଷ୍ଠୀ ନିକଟରେ ପହଞ୍ଚି ସାରିଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ