Masthead

ଶାହାଙ୍କ ‘ମିଶନ ମଣିପୁର’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ହିଂସାରେ ଜଳୁଛି ମଣିପୁର । ମଣିପୁରରେ ଶାନ୍ତି ଫେରାଇବା ପାଇଁ ‘ମିଶନ ମଣିପୁର’ ଜାରି ରଖିଛନ୍ତିକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାନ୍ତି ଫେରାଇ ଆଣିବାପାଇଁ ଶାହ ତୁହାକୁ ତୁହା ଶାନ୍ତି ବୈଠକ କରୁଛନ୍ତି। ମୈତେଇ ଏବଂ କୁକି ଆଦିବାସୀ ବହୁଳ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ଶାହା ମୋଟ ୯ଟି ଶାନ୍ତି ବୈଠକ କରିଛନ୍ତି। ସେପଟେ ଶାହା କୁକି ପ୍ରତିନିଧିଙ୍କୁ ଭେଟିଛନ୍ତି ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ମୋରେରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଶାହ ଏନେଇ ଏକ ଟ୍ୱିଟ୍‌ କରି ଶାନ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା କହିଛନ୍ତି।

ଅନ୍ୟପଟେ ମଣିପୁରରେ ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ଥାନା, ଅସ୍ତ୍ରାଗାର ଓ ସୁରକ୍ଷା ବାହିନୀ ଶିବିରରୁ ପ୍ରାୟ ୪ ହଜାର ବନ୍ଧୁକ ଚୋରି ହୋଇଯାଇଛି। ଲୁଟ୍‌ ହୋଇଥିବା ଅସ୍ତ୍ରରେ ଏକେ ସିରିଜ୍‌ ବନ୍ଧୁକ, ଏମ୧୬ ରାଇଫଲ୍‌, କାର୍ବାଇନ୍‌ସ ଏବଂ ପିସ୍ତଲ ରହିଛି। ଏହି ଅସ୍ତ୍ରଗୁଡ଼ିକୁ ମିଆଁମାରର କିଛି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଯୋଗାଣ କରାଯାଇଛି ବୋଲି ଅନୁମାନ କରାଯାଉଛି। କିଛି ଅସ୍ତ୍ର ମିଆଁମାର ଆତଙ୍କବାଦୀ ଗୋଷ୍ଠୀ ନିକଟରେ ପହଞ୍ଚି ସାରିଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ