Masthead

କର୍ଣ୍ଣାଟକବାସୀଙ୍କ ଭଲ ପାଇବା ଦେଖି ବିଜେପି ଏପରି ଷଡଯନ୍ତ୍ର ରଚିଛି: ରଣଦୀପ ସୁରଜେୱାଲା

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି । ରାଜନୈତିକ ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଏହାରି ଭିତରେ ଆସିଛି ବଡ଼ ଖବର । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଯୋଜନା କରୁଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଅନୁଗତ ଏଥିନିମନ୍ତେ ପ୍ରସ୍ତୁତ କରୁଛନ୍ତି ଯୋଜନା । କଂଗ୍ରେସ ପ୍ରତି କର୍ଣ୍ଣାଟକବାସୀଙ୍କ ଭଲ ପାଇବା ଦେଖି ବିଜେପି ଏପରି ଷଡଯନ୍ତ୍ର ରଚିଛି ବୋଲି କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ବୟାନ ଦେଇଛନ୍ତି।

ସେ କହିଛନ୍ତି ବିଜେପି ନେତା ଏବେ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି। ବିଜେପି ପ୍ରଜାତନ୍ତ୍ରର ହତ୍ୟା କରୁଛି ଓ ଏବେ ବିରୋଧିଙ୍କ ହତ୍ୟାର ଯୋଜନା ବି ସାମ୍ନାକୁ ଆସୁଛି। ସେ ଆହୁରି ମଧ୍ୟ କହିଛନ୍ତି ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରି ଅମିତ ଶାହା କର୍ଣ୍ଣାଟକରେ ସମ୍ବିଧାନର ପରିହାସ କରିଛନ୍ତି। ବିଜେପି ଏତେ ତଳକୁ ଖସି ଯାଇଛି କି ସେ ଏବେ ମଲ୍ଲିକାର୍ଜୁନ ଖଡଗେ ଙ୍କ ହତ୍ୟା କଥା ଚିନ୍ତା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’